Connect with us

ଆଞ୍ଚଳିକ

ବାତ୍ୟା ତିତ୍‌ଲିକୁ ନଜରରେ ରଖି ପରିବର୍ତନ ଆଣିଛି ପୂର୍ବତଟ ରେଳପଥ

ସାଙ୍କେତିକ ଚିତ୍ର

ଭୁବନେଶ୍ୱର ୧୦।୧୦: ପୂର୍ବତଟ ରେଳପଥ ପକ୍ଷରୁ ସମ୍ଵଭ୍ୟ ବାତ୍ୟା ତିତ୍‌ଲିକୁ ନଜରରେ ରଖି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ପଦକ୍ଷେପ ସ୍ୱରୂପ କେତେକ ଟ୍ରେନକୁ ବାତିଲ କରାଯାଇଥିବା ବେଳେ କେତେକର ସମୟସୀମାରେ ପରିବର୍ତ୍ତନ ତଥା ଆଉ କିଛିକୁ ସାମୟିକ ସମୟ ଲାଗି ସ୍ଥଗିତ ରଖାଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

ବୁଧବାର ରାତ୍ରି ୧୦ଟା ପରଠାରୁ ଖୋର୍ଦ୍ଧାରୋଡ ଏବଂ ବିଜୟନଗରମ ମଧ୍ୟରେ ଟ୍ରେନ ଚଳାଚଳକୁ ବାତିଲ୍‌ କରାଯାଇଛି । ୨୪ ଘଣ୍ଟା ମଧ୍ୟରେ ସ୍ଥିତି ଅନୁଧ୍ୟାନ କରାଗଲା ପରେ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ସେ ନେଇ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ହାଓଡା ଏବଂ ଖଡଗପୁର ଆଡୁ ଦକ୍ଷିଣ ଭାଗକୁ ଯାଉଥିବା ଟ୍ରେନଗୁଡିକୁ ପୂର୍ବତଟ ସୀମା ମଧ୍ୟକୁ ନ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୁଧବାର ଅପରାହ୍ନ ୫.୧୫ ପରଠାରୁ ଭଦ୍ରକ ପଟୁ ପ୍ରବେଶ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆଗାମୀ ସୂଚନା ନ ମିଳିବା ପର୍ଯ୍ୟନ୍ତ ଏହି ଟ୍ରେନଗୁଡିକ ଦକ୍ଷିଣ ଭାଗକୁ ଯାତ୍ରା କରିବେ ନାହିଁ । ସେହିଭଳି ହାଇଦ୍ରାବାଦ, ବିଶାଖାପାଟଣା ଆଡୁ ଉତ୍ତରଭାଗକୁ ଯାଉଥିବା ଟ୍ରେନଗୁଡିକ ବିଶାଖାପାଟଣାର ଦୁଭଦାଠାରେ ସଂନ୍ଧ୍ୟା ୬.୪୦ ପରେ ଅତିକ୍ରମ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ହାଓଡା ଚେନ୍ନାଇ ମେନ୍‌ ଲାଇନ୍‌କୁ ଭାୟା ନାଗପୁର-ବାଲହରଶାହା-ବିଜୟଓ୍ବାଡା ଦେଇ ଚଳାଚଳ ବ୍ୟବସ୍ଥା କରାଯାଇଛି । କେତେକ ଟ୍ରେନ୍‌କୁ ବାତିଲ କିମ୍ବା ସାମୟିକ ସମୟ ଲାଗି ବାତିଲ କରାଯାଇଛି । ବୁଧବାର ସଂନ୍ଧ୍ୟା ୧୦ ପରଠାରୁ ଖୋର୍ଦ୍ଧାରୋଡ୍‌ ଏବଂ ବିଜୟନଗରମ ମଧ୍ୟରେ ଯାତ୍ରୀବାହୀ ଟ୍ରେନଗୁଡିକ ଚଳାଚଳ କରିବ ନାହିଁ । ବୁଧବାର ସକାଳୁ ପୁରୀରେ ଲଗାଣ ବର୍ଷା ଯୋଗୁ ଟ୍ରେନ ଚଳାଚଳରେ ବାଧା ଉପୁଜିଛି । ଏହାକୁ ଧ୍ୟାନରେ ରଖି କେତେକ ଟ୍ରେନ୍‌ର ସମୟ ସୀମାରେ ପରିବର୍ତ୍ତନ ହୋଇଛି ।

ବୁଧବାର ପୁରୀରୁ ଛାଡିବାକୁ ଥିବା ପୁରୀ-ଯୋଧପୁର ଏକ୍ସପ୍ରେସ ଅପରାହ୍ନ ୩.୫୫ ପରିବର୍ତ୍ତେ ୭.୪୫ରେ ଛାଡିବ । ସେହିଭଳି ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ ସଂନ୍ଧ୍ୟା ୬.୨୦ ପରିବର୍ତ୍ତେ ରାତି ୯.୨୫ରେ ଛାଡିବାକୁ ନିଷ୍ପତ୍ତି ହୋଇଛି । ଅପରପକ୍ଷରେ ସଂନ୍ଧ୍ୟା ୬.୩୦ରେ ଛାଡିବାକୁ ଥିବା ପୁରୀ-ଦୁର୍ଗ ଏକ୍ସପ୍ରେସ ରାତି ୧୧.୩୦, ବୁଧବାର ପୁରୀ-ହାଓଡା ଗରିବ ରଥ ଏକ୍ସପ୍ରେସ ସଂଧ୍ୟା ୧୦.୧୦ ପରିବର୍ତ୍ତେ ଗୁରୁବାର ସକାଳ ୫ଟାରେ ଛାଡିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ