Connect with us

ଓଡିଶା

ବସ୍ ଭଡା ହ୍ରାସ

ସାଙ୍କେତିକ ଚିତ୍ର

ବସ୍ ଭଡା ହ୍ରାସ
ଭୁବନେଶ୍ୱର,୧୨ା୧୨ : ଡିଜେଲ ଦର ହ୍ରାସ ପାଇବା ପରେ ପୁଣି ଥରେ ବସ୍ ଭଡା କମାଇଛନ୍ତି ରାଜ୍ୟ ସରକାର । ଅର୍ଡିନାରୀ ଓ ଏକ୍ସପ୍ରେସ ବସ୍ ଭଡା କିମି ପିଛା ୨ ପଇସା କମିଥିବା ବେଳେ ଡିଲକ୍ସ ଏବଂ ଏସି ଡିଲକ୍ସ ବସ୍ ଭଡ଼ା କିମି ପିଛା ୪ ପଇସା କମିଛି । ଏନେଇ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଅର୍ଡିନାରୀ ବସ୍ ଭଡା କିମି ପିଛା ୭୦ ପଇସା ଥିଲାବେଳେ ବର୍ତମାନ ଏହା ୬୮ ପଇସାକୁ ହ୍ରାସ ପାଇଛି ।

ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା କିମି ପ୍ରତି ୭୩ ପଇସାରୁ ୭୧ ପଇସାକୁ , ଡିଲକ୍ସ ବସ୍ ଭଡ଼ା କିମି ପିଛା ୧ ଟଙ୍କା ୧ ପଇସାରୁ ୯୭ ପଇସାକୁ ଏବଂ ଏସି ଡିଲକ୍ସ ବସ୍ ଭଡା କିମି ପିଛା ୧ ଟଙ୍କା୨୩ ପଇସାରୁ ୧ ଟଙ୍କା ୧୯ ପଇସାକୁ ହ୍ରାସ ପାଇଛି । ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ୨୮ ତାରିଖରେ ମଧ୍ୟ ରାଜ୍ୟ ସରକାର ବସ୍ ଭଡା ୨ ଓ ୪ ପଇସା ଲେଖାଏଁ ହ୍ରାସ କରିଥିଲେ । ବର୍ତମାନ ରାଜ୍ୟରେ ପ୍ରାୟ ୧୭ ହଜାର ଘରୋଇ ବସ ଚାଲୁଛି ।

ଏଥିରୁ ଅଡିନାରୀ ବସ ସଂଖ୍ୟା ପ୍ରାୟ ୮ ହଜାର ହୋଇଥିବା ବେଳେ ଏକ୍ସପ୍ରେସ ବସ୍ ସଂଖ୍ୟା ହେଉଛି ପାଖାପାଖି ୬୦୦୦ । ସେହିଭଳି ରାଜ୍ୟରେ ପ୍ରାୟ ୨୦୦୦ ଡିଲକ୍ସ ବସ୍ ·ଲୁଥିବା ବେଳେ ପାଖାପାଖି ୧୦୦୦ ଏସି ଡିଲକ୍ସ ·ଲୁଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା