Connect with us

ଓଡିଶା

ଛାତ୍ର ସଂସଦ ନିର୍ବାଚନରେ ଦୁଇ କୁଇଣ୍ଟାଲ କୁକୁଡ଼ା ଝୋଳ ଗିଳି ଦେଲେ

ସାଙ୍କେତିକ ଚିତ୍ର

ଭୁବନେଶ୍ବର:- ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କିଛି ପ୍ରାର୍ଥୀ ଲିଙ୍ଗ୍‌ଡୋ କମିସନ୍‌ଙ୍କ ନିୟମକୁ ଖାତିର ନକରି ଫୁକିନା ଉଡେଇ ଦେଇଛନ୍ତି ,ନିୟମ ଅନୁଯାୟୀ ଜଣେ ପ୍ରାର୍ଥୀ ସମ୍ପୂର୍ଣ୍ଣ ନିର୍ବାଚନରେ ଅତି ବେଶିରେ ୫ ହଜାର ଟଙ୍କା ଖର୍ଚ୍ଚ କରିପାରିବେ କିନ୍ତୁ ନାମାଙ୍କନ ଦାଖଲ ପରେ ପ୍ରାର୍ଥୀମାନେ ଏହା ଠାରୁ ଢେର ଟଙ୍କା ଉଡ଼ାଉଛନ୍ତି । କିଏ ବ୍ୟାନର୍‌ ଛପାଇବାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛି ତ ଆଉ କିଏ ଖାଇବାକୁ ଦେଉଛି ।ଏହା ଆଉ ଭାତ ଡାଲମା ଓ ଚାଟରେ ସୀମିତ ନାହିଁ , ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ଜଣେ ପ୍ରାର୍ଥୀଙ୍କ ପକ୍ଷରୁ ଆଜି ଦୁଇ କୁଇଣ୍ଟାଲ୍‌ ଚିକେନ୍‌ ଖାଇବାକୁ ଦିଆଯାଇଛି । ଆମିଷ ଖାଉ ନ ଥିବା ଛାତ୍ରୀମାନଙ୍କ ପାଇଁ ନିରାମିଷ ଖାଦ୍ୟରେ ପନିର୍‌ ଓ ମସରୁମ୍‌ ତରକାରି ହୋଇଥିଲା ।

ପ୍ରାୟ ହଜାରେ ଛାତ୍ରୀ କ୍ୟାମ୍ପସ ଆଗରେ ରାସ୍ତାପାର୍ଶ୍ବରେ ଛିଡ଼ା ହୋଇ ଖାଇବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଦେଖଣହାରୀ ମାନେ ମୁରୁକି ହସା ମାରି ଏଭଳି କାର୍ଯ୍ୟକଳାପକୁ ନିନ୍ଦା କରୁଥିଲେ । ଏହାଦ୍ବାରା ବିଶ୍ବବିଦ୍ୟାଳୟ ବଦନାମ ହେଉଥିଲେ ମଧ୍ୟ କେହି ବି ମୁହଁ ଖୋଲିନାହାନ୍ତି । ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସବୁ ଦେଖି ଆଖି ବୁଜି ଦେଇଛନ୍ତି । ଜଣେ ଅଧିକାରୀ କହିଛନ୍ତିି ଯେ, ପ୍ର‌ାର୍ଥୀମାନେ କ୍ୟାମ୍ପସ ଭିତରେ କିଛି କରିନାହାନ୍ତି । ସେମାନେ କ୍ୟାମ୍ପସ ବାହାରେ ଖାଇବାକୁ ଦେଲେ ଆମେ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବୁ ନାହିଁ ।

ଅନ୍ୟ ଏକ ଛାତ୍ର ସଙ୍ଗଠନ ସମର୍ଥିତ ପ୍ରାର୍ଥୀମାନେ ମଧ୍ୟ ଆଜି କିଛି ଛାତ୍ରୀଙ୍କୁ ଖାଇବାକୁ ଦେଇଛନ୍ତି । ଦିନ ଦିପ୍ରହରରେ ଲିଙ୍ଗ୍‌ଡୋ କମିସନ୍‌ଙ୍କ ନିୟମ ଉଲ୍ଲଂଘନ ହେଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା