Connect with us

ଓଡିଶା

ବିଦାୟ ନେଲା ମୌସୁମୀ

ସାଙ୍କେତିକ ଚିତ୍ର

ବିଦାୟ ନେଲା ମୌସୁମୀ
ଭୁବନେଶ୍ୱର :- ଆଜି ରାଜ୍ୟରୁ ବିଦାୟ ନେଲା ମୌସୁମୀ । ଚଳିତବର୍ଷ ରାଜ୍ୟରେ ସ୍ୱାଭାବିକ ଠାରୁ ୧୨ ପ୍ରତିଶତ ଅଧିକ ବର୍ଷା ହୋଇଛି । ପୁରୀରେ ସର୍ବାଧିକ ସ୍ୱାଭାବିକ ଠାରୁ ୫୩ ପ୍ରତିଶତ ଅଧିକ ହୋଇଥିଲା ବେଳେ ବଲାଙ୍ଗୀରରେ ସ୍ୱଭାବିକ ଠାରୁ ୨୧ ପ୍ରତିଶତ ବର୍ଷା ହୋଇଛି । ଜୁନ୍ ୧ ତାରିଖରୁ ୫ ଅକ୍ଟୋବର ପର୍ଯ୍ୟନ୍ତ ୧୧ଟି ଜିଲ୍ଲାରେ ୧୯ ପ୍ରତିଶତରୁ ଅଧିକ ବର୍ଷା ହୋଇଥିଲା ବେଳେ ୧୯ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି ।

ସେହିପରି ୧୦୮ ବ୍ଲକରେ ୧୯ ପ୍ରତିଶତରୁ ଅଧିକ ବର୍ଷା ହୋଇଛି । ୧୭୨ ବ୍ଲକରେ ସ୍ୱାଭାବିକ ହୋଇଛି । ୩୦ଟି ବ୍ଲକରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଥିଲା ବେଳେ ୧୯ ପ୍ରତିଶତରୁ ୩୯ ପ୍ରତିଶତ କମିଛି । ଏବଂ ୪ଟି ବ୍ଲକରେ ୪୯ ପ୍ରତିଶତରୁ ୫୯ ପ୍ରତିଶତ କମ୍ ବର୍ଷା ହୋଇଛି । ସେହି ବ୍ଲକ୍ ଗୁଡ଼ିକ ହେଲା ଛେଣ୍ଡିପଦା, ପାଲ ଲହଡ଼ା, କଣିହା, ଡୁଡୁକା, ଖପ୍ରାଖୋଲ, ତୁରେଇକେଲା, ପଦ୍ମପୁର, ସୋହେଲା, ସୋରଡ଼ା, ଚମ୍ପୁଆ, ବନ୍ଧୁଗାଁ, ନାରାୟଣ ପାଟଣା, ପଡ଼ିଆ, ଶୁକୁରୁଲି, ବିଷୋୟୀ, ରାସଗୋବିନ୍ଦପୁର, ରରୁହା, ମୋରଡ଼ା, ଶୁଳିଆପଦା, ଓମରକୋଟ, ପୋଷାଗୁମୁଡ଼ା, ରଣପୁର, ଖରିଆର, ପଦ୍ମପୁର, ନାକଟିଦେଉଳ, ସବଡେଗା, ବଣାଇ, ବାଲିଶଙ୍କରା, ଡେପରିପନା, ସୁନ୍ଦରଗଡ଼ । ସେହିପରି ୪ଟି ବ୍ଲକ୍ ମୁରିବାହାଲ, ଲୁଇସିଂହା, ବେଲପଡ଼ା ଏବଂ ଟଙ୍ଗରାପାଲିରେ ୪୯ ପ୍ରତିଶତରୁ ୫୯ ପ୍ରତିଶତ କମ୍ ବର୍ଷା ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା