Connect with us

ଦେଶ

କେରଳ ବନ୍ୟା ପରିସ୍ଥିତି ଉଦ୍ବେଗଜନକ : ୩୨୪ ମୃତ

କେରଳ ବନ୍ୟା ପରିସ୍ଥିତି ଉଦ୍ବେଗଜନକ : ୩୨୪ ମୃତ

କେରଳ ବନ୍ୟା ପରିସ୍ଥିତି ଉଦ୍ବେଗଜନକ : ୩୨୪ ମୃତ
ତିରୁଅନନ୍ତପୁରମ, ୧୭ା୮ : ଗତ ୮ ତାରିଖ ଠାରୁ ଲାଗି ରହିଥିବା ବର୍ଷା ଓ ବନ୍ୟା ବିତ୍ପାତରେ କେରଳ ଛାରଖାର ହୋଇଯାଇଛି । କେରଳର ୧୨ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ଉଦ୍ବେଗଜନକ ରହିଛି । ୧୦୦ ବର୍ଷ ମଧ୍ୟରେ ଏହା ସବୁଠୁ ପ୍ରଳୟଙ୍କାରୀ ବନ୍ୟା ବୋଲି କୁହାଯାଉଛି । ଲୋକଙ୍କ କହିବା ଅନୁସାରେ ବିଗତ ୧୦୦ ବର୍ଷ ମଧ୍ୟରେ ଏଭଳି ବନ୍ୟା ଦେଖିବାକୁ ମିଳିନଥିଲା । ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ୮୦ଟି ଡ୍ୟାମ ଗେଟ୍ ଖୋଲି ଦିଆଯାଇଛି ।

ମାତ୍ର ୯ଦିନରେ ବର୍ଷା ଓ ବନ୍ୟାରେ ୩୨୪ଜଣଙ୍କ ମୃତ୍ୟୁ ଘଟିଛି । ରାଜ୍ୟ ପାଣିପାଗ ବିଭାଗ ଆଗକୁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି । ଫଳରେ କେବରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ବନ୍ୟା ପ୍ରଭାବିତ ଜିଲ୍ଲା ଗୁଡିକରେ ରେଡ୍ ଆଲର୍ଟ ଜାରି କରିଛନ୍ତି । ବନ୍ୟା ଯୋଗୁଁ ୨୨୩୧୩୯ ଲୋକ ବାସ ହରାଇ ୧୫୦୦ରୁ ଊଦ୍ଧ୍ୱର୍ ରିଲିଫ୍ ଶିବିରରେ ଆଶ୍ରୟ ନେଇଛନ୍ତି । ବନ୍ୟା ସାଙ୍ଗକୁ ପ୍ରବଳ ବର୍ଷା ଓ ଭୁସ୍ଖଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ହସ୍ପିଟାଲଗୁଡିକରେ ଔଷଧ, ଅମ୍ଳଜାନ ସିଲିଣ୍ଡର ଅଭାବ ଦେଖାଦେଇଛି ।

କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବନ୍ୟା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ଉଦ୍ଧାର ଓ ସହାୟତା କାର୍ଯ୍ୟ ପାଇଁ ଦିଲ୍ଲୀ ଓ ଗୁଜରାଟରୁ ୧୨ଟି ଏନ୍ଡିଆରଏଫ୍ ଟିମ୍ ଓ ସେନା ଯବାନଙ୍କୁ ପଠାଯାଇଛି । ମାଡ୍ରାସ ରେଜିମେଣ୍ଟର ଗୋଟିଏ ୟୁନିଟ୍, ନୌସେନା, ବାୟୁସେନା, ଏନ୍ଡିଆରଏଫ୍ ଯବାନ ଓ ସେନା ଯବାନ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ବାୟୁସେନାର ଆଉ ୧୧ଟି ହେଲିକପ୍ଟର ପଠାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ସୀତାରମଣ ସୂଚନା ଦେଇଛନ୍ତି ।

କୋଚି ବିମାନ ବନ୍ଦରକୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି । ବହୁ ଟ୍ରେନକୁ ବାତିଲ କରାଯାଇଥିବା ବେଳେ କେତେଗୁଡିଏ ବିଳମ୍ବରେ ଚାଲୁଛି । ବର୍ଷା ଲାଗି ରହିଥିବାରୁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ