Connect with us

ଓଡିଶା

“ଆଶା ଅବ୍ୟାହତି” ଯୋଜନା ରାଶି ୨୦ ହଜାରକୁ ବୃଦ୍ଧି ପାଇଲା ।

“ଆଶା ଅବ୍ୟାହତି” ଯୋଜନା ରାଶି ୨୦ ହଜାରକୁ ବୃଦ୍ଧି ପାଇଲା ।
ଭୁବନେଶ୍ୱର,୧୦ା୮ : ଛତା , ଚପଲ , ଆଲମିରା , ସାଇକେଲ ଓ ଟର୍ଚ୍ଚ ପାଇଁ ଆଶାକର୍ମୀ ମାନଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ସେହିପରି “ଆଶା ଅବ୍ୟାହତି ଯୋଜନା’ ଅନ୍ତର୍ଗତ ଏକକାଳୀନ ଆର୍ଥିକ ସହାୟତା ରାଶିକୁ ୧୦ ହଜାରରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏଣିକି “ଆଶା’ମାନେ ଅତି କମରେ ୧୦ ବର୍ଷ କାର୍ଯ୍ୟ କରିବା ପରେ ସ୍ୱେଚ୍ଛାକୃତ ଭାବରେ ଅବସର ନେଲେ ଅବା ୬୨ ବର୍ଷ ବୟସରେ କାର୍ଯ୍ୟରୁ ଅବ୍ୟାହତି ନେଲେ ସେମାନଙ୍କୁ ୨୦ ହଜାର ଟଙ୍କା ପ୍ରଦାନ କରାଯିବ । ଏହାଦ୍ୱାରା ୪୭ ହଜାରରୁ ଉର୍ଦ୍ଧ ଆଶାକର୍ମୀ ଉପକୃତ ହେବେ । ଆମ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସବୁଠାରୁ ଜଣାଶୁଣା ନା ହେଉଛନ୍ତି ଆଶାକର୍ମୀ । ଆଶା ଦିଦି ଭାବରେ ଗାଁ ଗାଁରେ ସମେସ୍ତେ ଜାଣନ୍ତି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସେମାନଙ୍କ ଅବଦାନ ବହୁତ ବେଶୀ । ମା ଓ ଶିଶୁ ମାନଙ୍କର ଯତ୍ନ ହେଉ ବା ମାଲେରିଆ , ଡାଇରିଆ , ଟିବି ଓ କୁଷ୍ଠ ପରି ସ୍ୱାସ୍ଥ୍ୟ ସମସ୍ୟା । ଏଥିପାଇଁ ଦରକାର ସଚେତନତା । ଏ ଦିଗରେ ଆଶାକର୍ମୀମାନେ ଭଲ କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶୁକ୍ରବାର ଦିନ ସଚିବାଳୟ ଠାରେ ଆମ ମୁଖ୍ୟମନ୍ତ୍ରୀ ଆମ କଥା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଶାକର୍ମୀ ମାନଙ୍କର ଅବଦାନକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରି ଏହା କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ , ଆଶାକର୍ମୀ ମାନଙ୍କର ବିଭିନ୍ନ ସମସ୍ୟା ରହିଛି । ଗତବର୍ଷ ସେମାନଙ୍କର କେତେକ ଦାବି ସରକାର ପୂରଣ କରିଛନ୍ତି । ଆଗକୁ ଆଶାକର୍ମୀମାନେ ଆହୁରି ନିଷ୍ଠାର ସହିତ କାମ କରିବେ ଏବଂ ଗାଁ ମାନଙ୍କରେ ରହୁଥିବା ଲୋକମାନଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସହାୟକ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୦ ଟି ଜିଲ୍ଲାର ୧୦ଟି ବ୍ଲକ୍ ର ଲକ୍ଷାଧିକ ଲୋକ ଭାଗ ନେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Advertisement

More in ଓଡିଶା