
ଭୁବନେଶ୍ୱର, ୮ ଅପ୍ରେଲ – ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନଘାଟିରେ ପାର୍କିଂ ଫିର ପରିବର୍ତନ କରାଯାଇଛି । ଦୁଇ ଚକିଆ ଗାଡ଼ି ପାଇଁ ୧୦ ଟଙ୍କା ରଖାଯାଇଥିଲା ବେଳେ, କାର ଓ ଅଟୋ ପାଇଁ ୨୦ ଟଙ୍କା ଏବଂ ବସ ଓ ଟ୍ରକ୍ ପାଇଁ ୩୦ ଟଙ୍କା ରଖାଯାଇଛି । ଏହା ୩୦ ମିନିଟ୍ ପାଇଁ ଲାଗୁ ହେବ । ୨ ଘଂଟାରୁ ଅଧିକ ହେଲେ ସ୍ୱତନ୍ତ୍ର ଫି ଲାଗୁ କରାଯିବ ବୋଲି ସମ୍ପୃକ୍ତ ବିମାନଘାଟିର କର୍ତୃପକ୍ଷ ସୂଚନା ଦେଇଛନ୍ତି ।
