Connect with us

ଓଡିଶା

‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି |

s media

‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି |

ଭୁବନେଶ୍ୱର – ଉଚଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ଡିଗ୍ରୀ କଲେଜ ଗୁଡିକରେ ନାମଲେଖା ସମ୍ବଦ୍ଧିୟ ଅନଲାଇନ ପୋର୍ଟାଲରେ {ସାମସ} ତ୍ରୁଟିପୂର୍ଣ୍ଣ ଏସଓପି ଅର୍ଥାତ ଗାଇଡ଼ଲାଇନ ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି ଆଣିଦେଇଛି | ଦ୍ୱିତୀୟ ଚରଣ ନାମଲେଖା ଅଭିଯାନରେ ବିଭାଗର ଗାଇଡଲାଇନରେ ସ୍ଲାଇଡଅପ ନଥିବାରୁ ଦ୍ଵନ୍ଦ ଉପୁଜି ଥିଲା | ଅର୍ଥାତ ଯେଉଁ କଲେଜରୁ ଇଣ୍ଟିମେସନ ଆସିବ ସେହିଠାରେ ନାମଲେଖେଇବା ପାଇଁ ବାଧ୍ୟ ବୋଲି ପ୍ରତୀୟମାନ ହେବାରୁ ବହୁ ଛାତ୍ର ଛାତ୍ରୀ ଦ୍ଵିତୀୟ ସୋପାନକୁ ଅପେକ୍ଷା କରିଥିଲେ | କିନ୍ତୁ ବିଭାଗ ସେମାନଙ୍କ ନାମକୁ ଲିଷ୍ଟରୁ ହଟାଇ ଦେଇଅଛି |
ଉଦାହରଣ ସ୍ୱରୂପ -: ଜଣେ ଛାତ୍ରୀ ଶିକ୍ଷା ବିଭାଗ ଦ୍ୱାରା ଦିଆଯାଇଥିବା ପାଞ୍ଚଟି ବିକଳ୍ପ ମଧ୍ୟରୁ ଚତୁର୍ଥ ବିକଳ୍ପରୁ ଇଣ୍ଟିମେସନ ଆସିବାରୁ ଓ କୌଣସି ସ୍ଲାଇଡଅପ ଚୟନ ନଥିବାରୁ ଛାତ୍ରୀ ଜଣକ ପରବର୍ତୀ ଚୟନକୁ ଅପେକ୍ଷା କରିଥିଲେ | କିନ୍ତୁ ପରବର୍ତୀ ଚୟନରେ ତାଙ୍କ ନାମକୁ ଉପେକ୍ଷା କରାଯାଇଥିଲା |,ଏଥିରେ ଛାତ୍ରୀ ଜଣକ ନିରାଶ ହୋଇଥିଲେ | ସ୍ଥାନୀୟ ବିଭିନ୍ନ ମହାବିଦ୍ୟାଳୟ ସହିତ ଯୋଗ ଯୋଗ କରିବାରୁ ଜଣା ପଡ଼ିଲାଯେ, ଏଭଳି ତ୍ରୁଟିପୁର୍ଣ କାର୍ଯ୍ୟ ଯୋଗୁଁ ବହୁ ଛାତ୍ର ଛାତ୍ରୀଙ୍କ ନାମ ବାଦ ପଡିଯାଇଛି | ‘ସାମସ’ ପକ୍ଷରୁ ଜାରି କରାଯାଇଥିବା ହେଲ୍ପଲାଇନ ନମ୍ବର 155335 କୁ ଯୋଗ ଯୋଗ କରିକରଯାଇ ଅଭିଯୋଗ କରାଯିବାରୁ ସେମାନେ ଉଚଅଧିକାରୀଙ୍କ ସହିତ କଥାବାର୍ତା ହେବାକୁ ପରାମର୍ଶ ଦେଇଥିଲେ କିନ୍ତୁ ଉଚଅଧିକାରୀ କିଏ କହିନଥିଲେ | ସେଭଳି କୌଣସି ଏସଓପି ସରକାରଙ୍କ ପକ୍ଷରୁ ଜାରି କରାଯାଇ ନଥିଲେ ମଧ୍ୟ ଏଭଳି ତ୍ରୁଟି ପୁର୍ଣ ନିଷ୍ପତି ଶହ ଶହ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାର ମଧ୍ୟକୁ ଠେଲିଦେଇଛି |.ସରକାର ପୁନର୍ବିଚାର କରିବାକୁ ଦାବି ହଉଚି |.

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା