Connect with us

ଆଞ୍ଚଳିକ

୯ଟି ଜିଲାକୁ ମରୁଡ଼ି ପ୍ରଭାବିତ ଘୋଷଣା

ସାଙ୍କେତିକ ଚିତ୍ର

୯ଟି ଜିଲାକୁ ମରୁଡ଼ି ପ୍ରଭାବିତ ଘୋଷଣା
ଭୁବନେଶ୍ୱର:- ପ୍ରତିକୂଳ ପାଣିପାଗଯୋଗୁଁ ୯ଟି ଜିଲାରେ ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଛି । ଏଥିଯୋଗୁଁ ରାଜ୍ୟ ସରକାର। ବରଗଡ଼, ବଲାଙ୍ଗିର, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ସୁନ୍ଦରଗଡ଼ ଆଦି ଜିଲାଗୁଡିକୁ ମରୁଡ଼ି ଘୋଷଣା କରିଛନ୍ତି ।

ଯୁଗ୍ମ ଏସ୍‌ଆର୍‌ସି ପ୍ରଭାତ କୁମାର ମହାପାତ୍ର ସୂଚନା ଦେଇ କହିଛନ୍ତିଯେ, ଜିଲାଗୁଡ଼ିକର ୬୬ ବ୍ଲକ ୫୬୬ ଗାଁର ୨ ଲକ୍ଷ ୩୩ ହଜାର ୧୭୩ ହେକ୍ଟର ଚାଷ ଜମିରେ ଫସଲ କ୍ଷତି ହୋଇଛି । ମରୁଡ଼ି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଅଣ ଜଳସେଚିତ ଜମି ହେକ୍ଟର ପିଛା ୬ ହଜାର ୭ଶହ ଟଙ୍କା, ଜଳ ସେଚିତ ଜମି ହେକ୍ଟର ପିଛା ୧୩ ହଜାର ୫ଶହ, ବାରମାସି ଚାଷ ହେଉଥିବା ଜମି ହେକ୍ଟର ପିଛା ୧୮ ହଜାର ଟଙ୍କାର କ୍ଷତିପୂରଣ ମିଳିବ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ