Connect with us

ଆଞ୍ଚଳିକ

୬ ଜଣିଆ ପ୍ରତିନିଧି ଦଳ ଜଷ୍ଟିସ୍ ଦୀପକ ମିଶ୍ରଙ୍କୁ ଭେଟିଲେ

ସାଙ୍କେତିକ ଚିତ୍ର

କଟକ:- ଏକ ୬ ଜଣିଆ ପ୍ରତିନିଧି ଦଳ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କୁ ଭେଟିଛନ୍ତି । ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗଦେବାକୁ ଜଷ୍ଟିସ୍ ମିଶ୍ର ପ୍ରତିନିଧି ଦଳକୁ ପରାମର୍ଶ ଦେଇଥିଲେ । ଆଇନ୍‌ର ପରିଧି ଭିତରେ ଯାହା ରହିଛି ତାହା କରାଯିବ ବୋଲି ସେ କହିଛନ୍ତି ।

ତେବେ ଦୀର୍ଘ ଦିନ ଧରି ଆଇନଜୀବୀଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଏନେଇ ହାଇକୋର୍ଟ ବାର୍ ଆସୋସିଏସନ୍‌ର ଏକ ଜରୁରୀକାଳୀନ ବୈଠକ ଡକାଯାଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ହାଇକୋର୍ଟ ବାର ଆସୋସିଏସନର ସଂପାଦକ କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ,ଅବସର ଗ୍ରହଣ କରିବା ପୂର୍ବରୁ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର କଟକ ଜୁଡ଼ିସିଆଲ ଏକାଡେମୀକୁ ଆସିଥିବା ବେଳେ ତାଙ୍କୁ ଭେଟିଥିଲେ ଓକିଲ ପ୍ରତିନିଧି । ଆସନ୍ତା ୨ ତାରିଖରେ ଜଷ୍ଟିସ ଦୀପକ ମିଶ୍ରଙ୍କ କାର୍ଯ୍ୟକାଳ ସରୁଛି।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ