Connect with us

ଆଞ୍ଚଳିକ

୨୨ରେ ଢେଙ୍କାନାଳ ଉତ୍ସବ

ସାଙ୍କେତିକ

୨୨ରେ ଢେଙ୍କାନାଳ ଉତ୍ସବ
ଭୁବନେଶ୍ୱର :- ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ବାସିନ୍ଦା ଯେଉଁମାନେ ଦ୍ୱୈତନଗରୀ କଟକ-ଭୁବନେଶ୍ୱରରେ ବସବାସ କରୁଛନ୍ତି, ସେମାନଙ୍କର ଏକମାତ୍ର ସଂଗଠନ ଢେଙ୍କାନାଳ ସାଂସ୍କୃତିକ ପରିଷଦ । ଏହି ପରିଷଦ ପକ୍ଷରୁ ଆସନ୍ତା ୨୨ ତାରିଖ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଅପରାହ୍ନ ୪ ଟା ସମୟରେ ଢେଙ୍କାନାଳ ଉତ୍ସବ-୨୦୧୮ ଅନୁଷ୍ଠିତ ହେବ ବୋଲି ପରିଷଦର ଆବାହକ ପ୍ରେମାନନ୍ଦ ବିଶ୍ୱାଳ, ରାଜନାରାୟଣ ତ୍ରିପାଠୀ, କୃଷ୍ଣଚନ୍ଦ୍ର ଆଇଚ, ଡଃ ସୌରେନ୍ଦ୍ର କୁମାର ମହାପାତ୍ର, ରମେଶ ଚନ୍ଦ୍ର ଶତପଥୀ, ଇଂ. ଉମାକାନ୍ତ ପାଣି, ଡଃ ମନୋରଞ୍ଜନ ସାହୁ ଓ ଆଶୁତୋଷ ମିଶ୍ର ପ୍ରକାଶ କରିଛନ୍ତି ।

ଗୁରୁବାର ସ୍ଥାନୀୟ ବୁଦ୍ଧ ମନ୍ଦିରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ ଏହି ବିଷୟ ପ୍ରକାଶ କରି କହିଲେ ଯେ, ଏହି ଅନୁଷ୍ଠାନ ଢେଙ୍କାନାଳର କଳା, ସଂସ୍କୃତି ଓ ଐତିହ୍ୟକୁ ଲୋକଲୋଚନକୁ ଆଣିବା ସହିତ ନୂତନ ଯୁବପିଢୀମାନଙ୍କୁ ସଚେତନ କରାଇବା ଉକ୍ତ କାର୍ଯ୍ୟକ୍ରମର ପ୍ରୟାସ । ଏହାଛଡ଼ା ସମାଜସେବା କାର୍ଯ୍ୟରେ ଢେଙ୍କାନାଳର ସମସ୍ତ ବାସିନ୍ଦାଙ୍କୁ ଏକାଠି କରାଇବା ପରିଷଦର ଅନ୍ୟ ଏକ ମୁଖ୍ୟ କାର୍ଯ୍ୟ । ଦେଶର ସ୍ୱାଧୀନତା ଆନ୍ଦୋଳନର ଶହୀଦ ହୋଇଥିବା କମ୍ ବୟସର ବାଜି ରାଉତଙ୍କ ବାସସ୍ଥାନ ଢେଙ୍କାନାଳ ଜିଲ୍ଲାରେ ହୋଇଥିଲେ ହେଁ ରାଜଧାନୀ ଭୁବନେଶ୍ୱର ଓ କଟକରେ ତାଙ୍କ ପ୍ରତି ଯେତିକି ସମ୍ମାନ ମିଳିବା କଥା, ତାହା ଏପର୍ଯ୍ୟନ୍ତ ମିଳିପାରି ନାହିଁ । ଏଥିପାଇଁ ବାଜି ରାଉତଙ୍କ ନାମରେ ଭୁବନେଶ୍ୱରରେ ଏକ ଭବନ ପ୍ରତିଷ୍ଠା କରିବା ସହ କୌଣସି ଏକ ମାର୍ଗକୁ ତାଙ୍କ ନାମରେ ନାମିତ କରିବାକୁ ମଧ୍ୟ ପରିଷଦ ପକ୍ଷରୁ ଦାବୀ କରାଯାଇଛି ।

ସେହିପରି ବିଶ୍ୱରେ ମହିମା ଧର୍ମକୁ ଲୋକଲୋଚନକୁ ଆଣିବା ପାଇଁ ଭୁବନେଶ୍ୱରରେ ସନ୍ଥକବି ଭୀମଭୋଇଙ୍କ ନାମରେ ଏକ ରାସ୍ତାକୁ ନାମିତ କରିବାକୁ ମଧ୍ୟ ପରିଷଦ ପକ୍ଷରୁ ଦାବୀ କରାଯାଇଛି । ଢେଙ୍କାନାଳର କବି ବ୍ରଜନାଥ ବଡ଼ଜେନାଙ୍କୁ ଲୋକେ ପ୍ରାୟ ଭୁଲିଗଲେଣି । ଉକ୍ରଳ ବିଶ୍ୱବିଦ୍ୟାଳୟରେ ବଡ଼ଜେନାଙ୍କ ନାମରେ ଏକ ଚେୟାର ପ୍ରତିଷ୍ଠା କରିବା ପାଇଁ ମଧ୍ୟ ଦାବୀ କରାଯାଇଛି ।

ଏହା ସହିତ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପର୍ଯ୍ୟଟନସ୍ଥଳୀର ଉନ୍ନତିକରଣ କରି ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଢ଼େଙ୍କାନାଳ ସାଂସ୍କୃତିକ ପରିଷଦର ଆବାହକ ଉମାକାନ୍ତ ପାଣି ଦାବି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ