Connect with us

ଓଡିଶା

ଚାଷୀଙ୍କ ଋଣ ଛାଡ଼ ସରକାରଙ୍କ ବିଚାରଧିନ ରହିଛି : ଅର୍ଥମନ୍ତ୍ରୀ

ସାଙ୍କେତିକ

ଚାଷୀଙ୍କ ଋଣ ଛାଡ଼ ସରକାରଙ୍କ ବିଚାରଧିନ ରହିଛି : ଅର୍ଥମନ୍ତ୍ରୀ
ଭୁବନେଶ୍ୱର,୨୦ା୧୨: ଚାଷୀଙ୍କ ଋଣ ଛାଡ଼ ନେଇ ଦେଶରେ ବିଭିନ୍ନ ରାଜନୈତିକ ଦଳ ଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଛି । ଏହି ପ୍ରତିଯୋଗିତାରେ ଓଡ଼ିଶା ନାହିଁ । ଯାହାକୁ କି ନୀତି ଆୟୋଗ ବିରୋଧ କରିଛି ବୋଲି ରାଜ୍ୟ ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା ପ୍ରକାଶ କରିଛନ୍ତି । ଆଜି ସଚିବାଳୟଠାରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତର ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ଚାଷୀ ମାନଙ୍କୁ ଉପରୁ ଋଣ ଛାଡ଼ ନେଇ କଣ କରାଯିବ ସରକାର ସେ ନେଇ ଚିନ୍ତା କରୁଛନ୍ତି ।

ସରକାର ମଧ୍ୟ ଏହା ଉପରେ ନିଜର ଆଭିମୁଖ୍ୟ ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି । ବର୍ତମାନ ଏହା ବିଚାର ବିମର୍ଷରେ ରହିଛି । ଚାଷୀ ମାନଙ୍କ ପାଇଁ ବିଭିନ୍ନ ଯୋଜନା କରାଯାଉଥିଲେ ହେଁ ସେଥିରେ ବିଶେଷ ଭାବରେ ଉପକୃତ ହେଉ ନାହାନ୍ତି ବରଂ ଶିଳ୍ପପତିମାନେ ଉପକୃତ ହେବାରେ ଲାଗିଛନ୍ତି । ତେଣୁ ଚାଷୀମାନେ ଲାଭ ପାଇଲା ଭଳି ଯୋଜନା ବା କାର୍ଯ୍ୟକ୍ରମ ପ୍ରସ୍ତୁତର ଆବଶ୍ୟକତା ରହିଛି । କେନ୍ଦ୍ର ସରକାର ଏଥିପାଇଁ ଚାଷୀମାନଙ୍କ ସମସ୍ୟାର ସମାଧାନ ପାଇଁ ଜାତୀୟ ନୀତି ଆଣିବା ଦରକାର ବୋଲି ଅର୍ଥମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ।

ସୂଚନାଯୋଗ୍ୟ ଯେ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିକଟରେ ଅନୁଷ୍ଠିତ ନିର୍ବାଚନନରେ ବିଜୟୀ ହେବା ପରେ ପରେ ନିଜ ନିଜ ରାଜ୍ୟର ଚାଷୀ ମାନଙ୍କ ଉପରୁ ଋଣ ଛାଡ଼ କରିବା ପାଇଁ ଘୋଷଣା କରିଛନ୍ତି । ତେବେ ଓଡ଼ିଶା ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ଆଉ ପାଦେ ଆଗକୁ ଯାଇ ଟ୍ୱିଟ୍ ମାଧ୍ୟମରେ କହିଛନ୍ତି ଯେ, ତାଙ୍କ ଦଳ ଓଡ଼ିଶାରେ କ୍ଷମତାକୁ ଆସିବାର ୫ ଘଂଟା ଭିତରେ ଏହି ଋଣ ଛାଡ଼ କରିବେ ବୋଲି ପ୍ରକାଶ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା