Connect with us

ଓଡିଶା

ଷ୍ଟେଟ୍‌ ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କାଗଜପତ୍ର

ସାଙ୍କେତିକ ଚିତ୍ର

ବାପୁଜୀନଗର ଷ୍ଟେଟ୍‌ ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଜରୁରୀ କାଗଜପତ୍ର
ଭୁବନେଶ୍ୱର: ଭୁବନେଶ୍ୱର ବାପୁଜୀନଗରସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଶାଖାରେ ଆଜି ବଡି ଭୋରରୁ ଦ୍ଵିତୀୟ ମହଲାରେ ନିଅଁ ଲାଗି କାଗଜ ପତ୍ର ଜଳିଯାଇଛି । ନିଅଁ ଲାଗିଥିବାର ସୂଚନା ପାଇ ୨ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।
ସୂଚନ ଅନୁଯାୟୀ, ଆଜି ବଡି ଭୋରରୁ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆର ଭୁବନେଶ୍ୱର ବାପୁଜୀନଗରରେ ଥିବା ଶାଖାର ଦ୍ଵିତୀୟ ମହଲାରୁ ଧୂଅାଁ ବାହାରୁଥିବା ସ୍ଥାନୀୟ ଲୋକ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ କଳ୍ପନା ଛକ ସ୍ଥିତ ଦମକଳ କେନ୍ଦ୍ରରୁ ୨ଟି ଦମକଳ ଗାଡ଼ି ସହିତ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ନିଆଁକୁ ଆୟତ କରିବା ପାଇଁ ଦମକଳ କେନ୍ଦ୍ରର କର୍ମଚାରୀମାନେ ଉଦ୍ୟମ ଚଳାଇଥିଲେ ମଧ୍ୟ ସକାଳ ୮ଟା ସୁଦ୍ଧା ନିଅଁ ସମ୍ପୂର୍ଣ ରୂପେ ଲିଭିନାଥିଲା । ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବ ଆଶଙ୍କା କରାଯାଉଛି । ଅଗ୍ନିଶମ ବିଭାଗ ସୂତ୍ରରୁ ପ୍ରକାଶଯେ , ବ୍ୟାଙ୍କର ରେକର୍ଡ ରୁମ ଓ ଆଧାର ରେକର୍ଡ ରୁମ୍‌ରେ ଏହି ଅଗ୍ନିକାଣ୍ଡ ଘଟିଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା