Connect with us

ଆଞ୍ଚଳିକ

ଷଷ୍ଠ ଦିବସରେ ମା’ ଭଦ୍ରକାଳୀଙ୍କ ମହାସରସ୍ୱତୀ ବେଶ : ଆଜି ମହାଯଜ୍ଞର ପୂର୍ଣ୍ଣାହୁତୀ

ସାଙ୍କେତିକ

ଷଷ୍ଠ ଦିବସରେ ମା’ ଭଦ୍ରକାଳୀଙ୍କ ମହାସରସ୍ୱତୀ ବେଶ : ଆଜି ମହାଯଜ୍ଞର ପୂର୍ଣ୍ଣାହୁତୀ
ଭଦ୍ରକ, ୧ ନଭେମ୍ବର – ପୁରାଣ ପ୍ରସିଦ୍ଧ ଶକ୍ତିପୀଠ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଷଷ୍ଠ ଦିବସରେ ମା’ ଆଜି ମହାସରସ୍ୱତୀ ବେଶରେ ପୂଜାପାଇଛନ୍ତି । ସକାଳୁ ମା’ଙ୍କୁ ଏଇ ବେଶରେ ଦର୍ଶନ କରିବାପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ଭକ୍ତମାନେ ଧାଡି ବାନ୍ଧି ଧୂପ-ଦୀପ ଦେଇ ମା’ଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ ।
ମହାସରସ୍ୱତୀ ବେଶରେ ମା’ ଶ୍ୱେତ ବସ୍ତ୍ର ପରିଧାନ କରିଥିବା ବେଳେ ମା’ଙ୍କର ମୁଖ ମଣ୍ଡଳ ମଧ୍ୟ ଶ୍ୱେତ ବର୍ଣ୍ଣ ଥିଲା । ପଦ୍ମାସନରେ ମା’ ବିରାଜମାନ କରିଥିବା ବେଳେ ହଂସ ମା’ଙ୍କର ବାହନ ଥିଲା । ହସ୍ତଯୁଗଳରେ ବୀଣା ଧାରଣ କରିଥିଲେ ମା’ ଏବଂ ତୃତୀୟ ହସ୍ତରେ ଜପାମାଳି ଓ ଚତୁର୍ଥ ହସ୍ତରେ ପୁସ୍ତକ ଧାରଣ କରିଥିଲେ । ସ୍ୱର୍ଣ୍ଣ ଓ ରୋପ୍ୟ ଅଳଙ୍କାରରେ ଭୂଷିତା ହୋଇ ଚତୁର୍ଦ୍ଧାମୂର୍ତ୍ତିରେ ପ୍ରକଟ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ମା’ । ମା’ଙ୍କୁ ମହାସରସ୍ୱତୀ ବେଶରେ ଦର୍ଶନ କଲେ ବିଦ୍ୟା, ବୁଦ୍ଧି ଓ ଜ୍ଞାନ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ସଂସାରରୁ ଅଜ୍ଞାନ ଅନ୍ଧକାରକୁ ଦୂର କରି ଜ୍ଞାନାଲୋକରେ ଆଲୋକିତ କରିବା ସକାଶେ ମା’ ମହାସରସ୍ୱତୀ ବେଶ ଧାରଣ କରିଛନ୍ତି । ଶନିବାର ସପ୍ତମାତୃକା ବେଶର ଅନ୍ତିମ ଦିନରେ ମା’ ମହାଲକ୍ଷ୍ମୀ ବେଶରେ ପୂଜା ପାଇବେ ଏବଂ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତୀ ହେବ । ପୂର୍ଣ୍ଣାହୂତୀ ଅବସରରେ ପ୍ରାୟ ୧୫ ହଜାରରୁ ଉଦ୍ଧ୍ୱର୍ ଭକ୍ତଙ୍କୁ ମନ୍ଦିର ପ୍ରଶାସନ ତରଫରୁ ପହୁଡ ଭୋଗ ଓ ପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଥିବା ଜଣା ଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ