Connect with us

ଓଡିଶା

ମୁମ୍ବାଇରୁ ମୁଖ୍ୟମନ୍ତ୍ରୀ ସଂଧ୍ୟାରେ ଓଡ଼ିଶା ଫେରିଆସିଛନ୍ତି ।

ମୁମ୍ବାଇରୁ ମୁଖ୍ୟମନ୍ତ୍ରୀ ସଂଧ୍ୟାରେ ଓଡ଼ିଶା ଫେରିଆସିଛନ୍ତି
“ମେକ୍ ଇନ୍ ଓଡ଼ିଶା’ରେ ଯୋଗଦେବାକୁ ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ।
ଭୁବନେଶ୍ୱର,୮ା୮ : ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ସବୁ ପ୍ରକାରର ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ୨୦୨୦ ସୁଦ୍ଧା ଓଡ଼ିଶା ଶ୍ରେଷ୍ଠ ୩ଟି ଷ୍ଟାଟ୍ ଅପ୍ ରାଜ୍ୟ ମଧ୍ୟରେ ରହିବାକୁ ଲକ୍ଷ୍ୟ ରଖିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁଧବାର ମୁମ୍ବାଇ ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଅବସରରେ ଏକ ରୋଡ୍ ଶୋ’ ଆୟୋଜିତ ହୋଇଥିଲା । ଏହି ରୋଡ୍ ଶୋ’ରେ ୩୦୦ କମ୍ପାନୀ ଯୋଗ ଦେଇଥିଲେ । ଶିଳ୍ପ ପ୍ରତିଷ୍ଠା ପାଇଁ ୧ଲକ୍ଷ ହେକ୍ଟରରୁ ଊଦ୍ଧ୍ୱର୍ ଜମି ଲ୍ୟାଣ୍ଡ ବ୍ୟାଙ୍କରେ ରହିଛି । ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ସବୁ ପ୍ରକାର ସମ୍ଭାବନା ରହିଛି । ଅଳ୍ପଦିନ ମଧ୍ୟରେ ୨୫୦ଟି ଷ୍ଟାଟ୍ ଅପ୍ ଇଣ୍ଡଷ୍ଟ୍ରି ପଞ୍ଜୀକରଣ ହୋଇସାରିଛି । ଭିତ୍ତିଭୂମି ସ୍ୱରୂପ ପାରାଦୀପ ଭଳି ବୃହତ ବନ୍ଦର ରହିଛି । ଧାମରା ବନ୍ଦର କାର୍ଯ୍ୟକ୍ଷମ ଅଛି । ରାସ୍ତା, ପାଣି, ବିଦ୍ୟୁତ୍, ଆଇଟି, ପ୍ରାକୃତିକ ସମ୍ପଦ ଭରପୁର ରହିଛି । ବିନିଯୋଗକାରୀଙ୍କ ପାଇଁ ଓଡ଼ିଶା ଦ୍ୱାର ସର୍ବଦା ଖୋଲା ରହିଛି ବୋଲି ସେ କହିଛନ୍ତି । ଅପରପକ୍ଷରେ ଆସନ୍ତା ନଭେମ୍ବର ୧୧ ତାରିଖରୁ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଯାଉଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଯୋଗଦେବା ପାଇଁ ଶିଳ୍ପପତି ମାନଙ୍କୁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ ଦେଇଥିଲେ । ଏହି କନକ୍ଲେଭରେ ଖାଦ୍ୟ ପ୍ରକ୍ରିୟାକରଣ ଓ ହସ୍ତତନ୍ତ ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ଅବସରରେ ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି ଯେ, ଗତଥର ମେକ୍ ଇନ୍ ଓଡ଼ିଶା ପାଇଁ ୧୨୪ଟି ଶିଳ୍ପ ସଂସ୍ଥା ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୭୨ଟି କମ୍ପାନୀକୁ ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା