Connect with us

ଓଡିଶା

“ମୁଡ୍ ଅଫ ଦ ନେସନ’ ସ୍ରୋତରେ ବିଜେଡିର ପତନ ସୁନିଶ୍ଚିତ : ବିଜେପି

ସାଙ୍କେତିକ ଚିତ୍ର

“ମୁଡ୍ ଅଫ ଦ ନେସନ’ ସ୍ରୋତରେ ବିଜେଡିର ପତନ ସୁନିଶ୍ଚିତ : ବିଜେପି
ଭୁବନେଶ୍ୱର,୧୨ା୧୨ : ଗତକାଲି ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟରୁ ଏହା ସ୍ପଷ୍ଟ ହୋଇଛି ଯେ, ଚାଷ ଓ ଚାଷୀ ସମସ୍ୟା ସମାଧାନ ବିଫଳ ହେବା କାରଣରୁ ‘ମୁଡ ଅଫ ଦ ନେସନ’ ଆଧାରରେ ସାଧାରଣ ଜନତା ସରକାରକୁ ବଦଳାଇଛନ୍ତି । ତେବେ ‘ମୁଡ ଅଫ ଦ ନେସନ’ରୁ ଓଡିଶା ବି ବାଦ୍ ପଡୁନାହିଁ । ଓଡିଶାର ୭୦ ଭାଗ ଲୋକ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ କୃଷି ଅର୍ଥନୀତି ସହ ଜଡିତ । ଏଥି ସହ ଓଡିଶାର ଚାଷୀ ସାରା ଦେଶରେ ସବୁଠାରୁ ଖରାପ ସ୍ଥିତିରେ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପରୋକ୍ଷରେ ସ୍ୱୀକାର କରିଛନ୍ତି ।

ରାଜ୍ୟସରକାରଙ୍କ ଚାଷୀମାରଣ ନୀତି ଯୋଗୁଁ ହନ୍ତସନ୍ତ ହେଉଥିବା ଚାଷୀପରିବାର ଆଗାମୀ ଦିନରେ ଏହି ‘ମୁଡ ଅଫ ଦ ନେସନ’ ସ୍ରୋତରେ ବିଜେଡି ସରକାରର ପତନ ଘଟାଇବେ ବୋଲି ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି । ରାଜ୍ୟରେ ଚାଷୀମାନଙ୍କ ସମସ୍ୟା ପ୍ରତି ମୁଖ୍ୟମନ୍ତ୍ରୀ ଆଖି ବୁଜି ଦେଇଛନ୍ତି । ଗୋଟିଏ ପଟେ ଚାଷର କ୍ଷୟକ୍ଷତି ଏବଂ ଋଣଭାରରେ ବୁଡି ଚାଷୀ ଦମ୍ପତି ଆତ୍ମହତ୍ୟା କରିବା ସମୟରେ ମୁଖ୍ୟମନ୍ତ୍ରୀ ବଲିଉଡ ତାରକାଙ୍କ ସହ ସେଲଫି ନେବାରେ ବ୍ୟସ୍ତ ଥିଲେ । ରାଜ୍ୟର ଚାଷୀମାନଙ୍କ ଜଳସେଚନର ସୁବିଧା ନାହିଁ, କୃଷିଋଣ ଏବଂ ଫସଲ ବୀମା ଯୋଜନା ପ୍ରକୃତ ଚାଷୀ ପାଖରେ ପହଂଚି ପାରୁନାହିଁ ।

ଏଯାବତ୍ ଧାନର ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀ ପାଉନାହିଁ, ରାଜ୍ୟରେ ଶୀତଳଭଣ୍ଡାର ନାହିଁ, ନିମ୍ନମାନର କୀଟନାଶକ ଯୋଗୁଁ ଚକଡା ପୋକ ଲାଗି ହଜାର ହଜାର ହେକ୍ଟର ଫସଲ କ୍ଷୟକ୍ଷତି ହୋଇଛି, ଚାଷ ଜମିରେ ଚାଷୀ ନିଆଁ ଲଗାଇ ସରକାର ବିରୋଧରେ ପ୍ରତିବାଦ କରିବା ସହ କିଛି ଉପାୟ ନପାଇ ଆତ୍ମହତ୍ୟା କରୁଛି । କୃଷିର ବିକାଶ ନ ହେବା କାରଣରୁ ଓଡିଶାର ଚାଷୀମାନେ ବାହର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ରାଜ୍ୟସରକାର କେବଳ ମିଥ୍ୟା ପ୍ରତିଶୃତି ଦେଇ ଚାଷୀପରିବାକୁ ଭୂତେଇ ଚାଲିଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା