Connect with us

ଓଡିଶା

ମହାନଦୀରେ ବନ୍ୟା ଆଶଙ୍କା – ସତର୍କ ରହିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ l

ମହାନଦୀରେ ବନ୍ୟା ଆଶଙ୍କା - ସତର୍କ ରହିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ l

ହୀରାକୁଦର ୨୫ଟି ଗେଟ ଖୋଲିବାରୁ ମହାନଦୀରେ ବନ୍ୟା ଆଶଙ୍କା – ସତର୍କ ରହିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ l
ଭୁବନେଶ୍ୱର,୨୮ା୮ :  ମଙ୍ଗଳବାର ସଂଧ୍ୟାରେ ହୀରାକୁଦ ଜଳଭଣ୍ଡାରର ଆଉ ୫ଟି ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ମୋଟ ୨୫ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ହୀରାକୁଦ ଡ୍ୟ।ମର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ ଥିବା ବେଳେ ବର୍ତ୍ତମାନ ଜଳସ୍ତର ରହିଛି ୬୨୧.୯୭ ଫୁଟ୍ ।

ହୀରାକୁଦର ଏତେ ସଂଖ୍ୟକ ଗେଟ୍ ଖୋଲାଯିବା ଫଳରେ ମହାନଦୀ ଅବବାହିକାରେ ଥିବା ଜିଲ୍ଲାମାନଙ୍କରେ ବନ୍ୟା ହେବାର ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି । ଏହାବ୍ୟତୀତ ଏନଡିଆରଏଫ, ଓଡ୍ରାଫ୍ ଏବଂ ଅଗ୍ନିଶମକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତଳିଆ ଅଞ୍ଚଳ ଲୋକମାନଙ୍କୁ ଅନ୍ୟତ୍ର ତୁରନ୍ତ ସ୍ଥାନାନ୍ତର କରିବାକୁ କୁହାଯାଇଛି ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ।

ଏସ୍ଆରସିଙ୍କ ସୂଚନା ଅନୁଯାୟୀ, ଆଜି ସଂଧ୍ୟା ସୁଦ୍ଧା ମୁଣ୍ଡଳୀ ଦେଇ ୬ଲକ୍ଷ ଘନଫୁଟ ପାଣି ପ୍ରବାହିତ ହେବ ଏବଂ ୩୦ ସୁଦ୍ଧା ଏହା ୮ଲକ୍ଷ ଘନଫୁଟରେ ପହଞ୍ଚୀଯିବ । ବର୍ତ୍ତମାନ ଜଳ ଭଣ୍ଡାର ମଧ୍ୟକୁ ୧ଲକ୍ଷ ୩୪ ହଜାର ୭୨୭ କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ୨ଲକ୍ଷ ୫୧ ହଜାର ୧୪୫ କ୍ୟୁସେକ୍ ପାଣି ନିଷ୍କାସିତ ହେଉଛି । ବର୍ଷା ଯୋଗୁଁ ସୋନପୁର-ରେଢ଼ାଖୋଲ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ବୌଦ୍ଧ ଓ ଆଠମଲ୍ଲିକରେ ଗାଡି ଚଳାଚଳ ବନ୍ଦ ରହିଛି । ସେହିପରି ସୁବର୍ଣ୍ଣପୁର ବାଉରି ଜୋର ପୋଲ ଉପରେ ୧୪ ଫୁଟର ପାଣି ପ୍ରବାହିତ ହେଉଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା