
ଭୁବନେଶ୍ବର :-ପୁରୁଣା ଷ୍ଟେସନ ବଜାର ଅଂଚଳରେ ଥିବା ଗର୍ଗ ହାଉସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବାସଗୃହ ତଳେ ଥିବା ଗର୍ଗ ବ୍ୟବସାୟିକ ପ୍ରତିଷ୍ଠାନରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଛି । ସେଠାରେ ପ୍ଲାଷ୍ଟକ ପାଣି ଟାଙ୍କି ଓ ପିଭିସି ପାଇପ ଜମାହୋଇ ରହିଥିବାରୁ ଅଗ୍ନିର ପ୍ରକୋପ ଭୟାବହ ହୋଇଯାଇଅଛି । ନିଆଁ ଲିଭାଇବା ପାଇଁ ପ୍ରାୟ ପାଞ୍ଚଟି ଦମକଳ ନିୟୋଜିତ ହୋଇଅଛି । ଖବର ଲେଖା ହବା ପର୍ଯ୍ୟନ୍ତ ନିଆଁକୁ ଆୟତ କରାଯିବାକୁ ଚେଷ୍ଟା କରାଯାଉଥିଲା । ସ୍ଥାନୀୟ ଅଂଚଳରେ ବିଦ୍ୟୁତ ସରବରାହ ବନ୍ଦ ଅଛି ଓ ଉଦ୍ଧାର କାର୍ଯ୍ୟ ଚାଲୁଚି ।
