Connect with us

ଆଞ୍ଚଳିକ

ପ୍ରତିଶ୍ରୁତିକୁ ବିଜେପି ପାଳନ କଲା ନାହିଁ – ପ୍ରବୀଣଭାଇ ତୋଗାଡ଼ିଆ

ସାଙ୍କେତିକ

ପ୍ରତିଶ୍ରୁତିକୁ ବିଜେପି ପାଳନ କଲା ନାହିଁ – ପ୍ରବୀଣଭାଇ ତୋଗାଡ଼ିଆ
ଭୁବନେଶ୍ୱର :- ବିଜେପି ଶାସନ କ୍ଷମତାରୁ ଆସିବାର ସାଢ଼େ ଚାରି ବର୍ଷ ବିତିଯାଇଥିଲେ ହେଁ ୨୦୧୪ ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ବେକାରୀଙ୍କୁ ନିଯୁକ୍ତି, ରାମ ମନ୍ଦିର ନିର୍ମାଣ ଓ ଚାଷୀଙ୍କୁ ଋଣ ମୁକ୍ତ କରାଯାଇ ପାରିଲା ନାହିଁ ବୋଲି ଅନ୍ତରାଷ୍ଟ୍ରିୟ ହିନ୍ଦୁ ପରିଷଦର ମୁଖ୍ୟ ପ୍ରବୀଣଭାଇ ତୋଗାଡ଼ିଆ ପ୍ରକାଶ କରିଛନ୍ତି ।
ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ତୋଗାଡ଼ିଆ ଏଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଲେ ଯେ, ନିର୍ବାଚନ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିବାରୁ ସଦ୍ୟ ସମାପ୍ତ ହୋଇଥିବା ୪ଟି ରାଜ୍ୟରେ ବିଜେପିକୁ ଶାସନ ଗାଦିରୁ ବିଦାୟ ନେବାକୁ ପଡ଼ିଲା । ଯଦି ପାଳନ କରିଥାନ୍ତା ପୂର୍ବ ସ୍ଥିତିକୁ ବଜାୟ ରଖିଥାନ୍ତା । ଦୁଃଖ ଏବଂ କ୍ଷୋଭର ବିଷୟ ଯେ, ମୋଦିଙ୍କ ଶାସନ କାଳରେ ଚାଷୀ ମାନଙ୍କର ଆତ୍ମହତ୍ୟା ସଂଖ୍ୟା ୫୨ ହଜାରକୁ ବୃଦ୍ଧି ପାଇଛି । ଚାଷୀ ଏବଂ ଚାଷକୁ ମୋଦି ସରକାର ସମ୍ପୂର୍ଣ୍ଣ ଅଣଦେଖା କରିଛି ବୋଲି ସେ କହିଥିଲେ । ସୂଚନାଯୋଗ୍ୟ ଯେ, ପ୍ରବୀଣଭାଇ ତୋଗାଡ଼ିଆ ଭଦ୍ରକ, ଜୟପୁର, ଝାରସୁଗୁଡ଼ା ଯିବାର କାର୍ଯ୍ୟକ୍ରମ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ