Connect with us

ଆଞ୍ଚଳିକ

ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ କବି ଦୀନକୃଷ୍ଣ ଦାସଙ୍କ ପ୍ରତିମୂର୍ତି ସଫେଇ

ସାଙ୍କେତିକ

ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ କବି ଦୀନକୃଷ୍ଣ ଦାସଙ୍କ ପ୍ରତିମୂର୍ତି ସଫେଇ
ଭୁବନେଶ୍ୱର, ୦୯ ସେପ୍ଟେମ୍ବର – ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଭୁବନେଶ୍ୱରସ୍ଥିତ ଏଜି ଛକ ନିକଟରେ ଥିବା ରୀତିଯୁଗର ସୁକବି ଦୀନକୃଷ୍ଣ ଦାସଙ୍କ ପ୍ରତିମୂର୍ତି ଓ ଚତୁଃପାର୍ଶ୍ୱ ସଫେଇ କରାଯାଇଛି । କବି ଦୀନକୃଷ୍ଣ ଦାସଙ୍କର ସ୍ମୃତିଚାରଣ ପୂର୍ବକ ଅଭିଯାନର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଓ ବିଜୟ ପରିଡ଼ା ଉଲ୍ଲେଖ କରିଥିଲେ ଯେ, ପୁରୀ ରାଜାଙ୍କ ଦରବାରରେ ତାଙ୍କର କବି ପ୍ରତିଭା ଓ ପାଣ୍ଡିତ୍ୟକୁ ବେଶ୍ ସଠିକ୍ ଭାବେ ପ୍ରତିପାଦନ କରିଥିଲେ । ପୁରୀ ରାଜା ଦୀନକୃଷ୍ଣଙ୍କୁ କହିଥିଲେ ୫ଟି ଗ୍ରାମ ବଦଳରେ ତାଙ୍କର ସମସ୍ତ କବିତା ଓ ଲେଖନୀ ରାଜାଙ୍କ ନାମରେ ଲେଖି ନାମିତ କରିବା ପାଇଁ । ମାତ୍ର ପ୍ରଚଣ୍ଡ ସ୍ୱାଭିମାନୀ ତଥା ଦରଦୀ କବି ଦୀନକୃଷ୍ଣ ତାଙ୍କର ପ୍ରସ୍ତାବକୁ କୁଠାରଘାତ କରିଥିଲେ । ରାଜା ଏହାପରେ ତାଙ୍କୁ ପୁରୀରୁ ବିତାଡ଼ିତ କରିଥିଲେ । ମାତ୍ର, ପ୍ରଭୁ ଜଗନ୍ନାଥଙ୍କୁ ଆରାଧନା କରି ନିଜର ପାଣ୍ଡିତ୍ୟ ବଳରେ ଓଡ଼ିଶାର କବି ମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି । ଏହି କାର୍ଯ୍ୟକ୍ରମରେ ସୁରକ୍ଷା ଅଭିଯାନରେ ସଂଯୋଜକ କିଷନ ବରାଇ, ଅଲେଖ ଜେନା, ଲକ୍ଷ୍ମଣ ଦାସ, ଅରବିନ୍ଦ ତ୍ରିପାଠୀ, ବୁଦ୍ଧିମାନ ନାୟକ ପ୍ରମୁଖ ସାମିଲ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ