Connect with us

ଓଡିଶା

ପୁରୀ ଷ୍ଟେଶନରେ ପୁଣି ଅଗ୍ନିକାଣ୍ଡ: ତପସ୍ବିନୀ ଏକ୍ସପ୍ରେସର ୩ ବଗିରେ ଲାଗିଲା ନିଆଁ

ସାଙ୍କେତିକ

ପୁରୀ ଷ୍ଟେଶନରେ ପୁଣି ଅଗ୍ନିକାଣ୍ଡ: ତପସ୍ବିନୀ ଏକ୍ସପ୍ରେସର ୩ ବଗିରେ ଲାଗିଲା ନିଆଁ

ପୁରୀ, ୨୨।୩ : ପୁରୀ ସହରରେ ହୋଲି ଚାଲିଥିବାବେଳେ ରେଳଷ୍ଟେଶନରେ ଏକ ଅଭାବନୀୟ ଘଟଣା ଘଟିଛି । ୪ ନଂ ପ୍ଲାଟଫର୍ମରେ ରହିଥିବା ତପସ୍ବିନୀ ଏକ୍ସପ୍ରେସ ବଗି ନଂ(୩,୪ ଏବଂ ୫)ରେ କୌଣସି କାରଣରୁ ଅପରାହ୍ନ ୧ଟାରେ ନିଆଁ ଲାଗିଥିଲା । ଫଳରେ ଷ୍ଟେଶନ ଧୂଆଁମୟ ହୋଇଯାଇଛି । ଏଥିରେ କେହି ମୃତାହତ ହୋଇ ନ ଥିବାବେଳେ ୩ ଓ ୪ ନଂ ବଗି ବିଶେଷ କ୍ଷତିଗ୍ରସ୍ତ ହୋଇଛି । ପୁରୀ ଅଗ୍ନିଶମ ବିଭାଗର ଦୁଇଟି ସ୍ବତନ୍ତ୍ର ଗାଡ଼ି ନିଆଁକୁ ନିୟନ୍ତ୍ରଣ କରୁଛି ।  କୌଣସି ଅଘଟଣ ଆଶଙ୍କାରେ ୪ ଏବଂ ୫ ନଂ ପ୍ଲାଟ୍‌ଫର୍ମରୁ ଯାତ୍ରୀମାନଙ୍କୁ ଖାଲି କରିଦିଆଯାଇଛି ।

ପୁରୀ-ହାତିଆ ତପସ୍ବିନୀ ଏକ୍ସପ୍ରେସ ଶୁକ୍ରବାର ୪ନଂ ପ୍ଲାଟଫର୍ମରେ ପହଞ୍ଚତ୍ଥିଲା । ଏହା ରାତିରେ ହାତିଆ ଅଭିମୁଖେ ଯାତ୍ରା କରିଥାନ୍ତା । ତେବେ ଅପରାହ୍ନରେ ୩ଟି ବଗିରେ ନିଆଁ ଲାଗିଯାଇଛି । ଖୋର୍ଦ୍ଧାରୋଡ୍‌ ପୂର୍ବତଟ ରେଳ ଡିଭିଜନ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ପ୍ରକାଶ ଥାଉ କି ୨୦୧୫ ନଭେମ୍ବର ୧୫ରେ ଜନୈକ ଦୁର୍ବୃତ୍ତ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଥିଲା । ଏଥିରେ ପୁରୀ-ତିରୁପତି, ପୁରୀ- ହାଓଡା ଏକ୍ସପ୍ରେସ, ପୁରୀ-ନୀଳାଚଳରେ ସିରିଜ୍‌ ଅଗ୍ନିକାଣ୍ଡ ଘଟିଥିଲା । ସେହିପରି ୨୦୧୮ରେ ୧ ନଂ ପ୍ଲାଟଫର୍ମରେ ଆର୍ମି ବଗିରେ ଗ୍ୟାସ ସିଲିଣ୍ଡର ଫାଟି ମଧ୍ୟ ଅଗ୍ନିକାଣ୍ଡ ଘଟିଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା