Connect with us

ଓଡିଶା

ଏକାମ୍ର ଆସନରେ ବାବୁ ସିଂଙ୍କୁ ଟିକେଟ ମିଳିବାରୁ ଅସନ୍ତୁଷ୍ଟଙ୍କ ବିରୋଧ

ସାଙ୍କେତିକ

ଏକାମ୍ର ଆସନରେ ବାବୁ ସିଂଙ୍କୁ ଟିକେଟ ମିଳିବାରୁ ଅସନ୍ତୁଷ୍ଟଙ୍କ ବିରୋଧ: ଧାରଣାରେ ବସିଲେ ଅମୀୟଙ୍କ ସମର୍ଥକ

ଭୁବନେଶ୍ୱର, ୨୨।୩ : ଭାଜପାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ଦଳରେ ବିଦ୍ରୋହ ଆରମ୍ଭ ହୋଇଯାଇଛି । ଭୁବନେଶ୍ୱର ଏକାମ୍ର ଆସନ ପାଇଁ ବିଜେଡିରୁ ଭାଜପାକୁ ଆସିଥିବା ବାବୁ ସିଂଙ୍କୁ ଟିକେଟ ମିଳିଥିବାରୁ ଭାଜପାର ଆଶାୟୀ ପ୍ରାର୍ଥୀ ଅମୀୟ ଦାଶଙ୍କ ସମର୍ଥକମାନେ କ୍ରୋଧ୍ୱାନ୍ୱିତ ହୋଇ ଶୁକ୍ରବାର ଦଳୀୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ପ୍ରକାଶଥାଉକି, ଗୁରୁବାର ବିଳମ୍ବିତ ରାତିରେ ଅମୀୟଙ୍କ ସମର୍ଥକମାନେ ଦଳର ବରିଷ୍ଠ ନେତା ସମୀର ମହାନ୍ତିଙ୍କ ଘରକୁ ଆସି ତାଙ୍କ କାର୍‌ କାଚ ଭାଙ୍ଗିବା ସହ ଦଳୀୟ କାର୍ଯ୍ୟାଳୟକୁ ଯାଇ ହୋହଲ୍ଲା କରିଥିଲେ । ଅମୀୟଙ୍କୁ ଟିକେଟ ନ ଦେଲେ ସେମାନେ ବିଦ୍ରୋହ କରିବେ ବୋଲି ଚେତାବନୀ ଦେଇଥିଲେ । ଦୀର୍ଘ ୧୦ ବର୍ଷ ଧରି ସେମାନେ ଭାଜପା ସହ ରହିଥିଲେ ମଧ୍ୟ ବିଜେଡି ରୁ ଟିକେଟ ନ ପାଇ ଭାଜପାରେ ମିଶିଥିବା ବାବୁ ସିଂଙ୍କୁ କ’ଣ ପାଇଁ ଟିକେଟ ଦିଆଗଲା ବୋଲି ସେମାନେ ପ୍ରଶ୍ନ କରିବା ସହ ଏହାକୁ ଘୋର ବିରୋଧ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା