Connect with us

ଓଡିଶା

ପୁଣି ରାଜରାସ୍ତାରେ ଗର୍ଜିଲେ ଶିକ୍ଷକ , ଅଧ୍ୟାପକ

ସାଙ୍କେତିକ ଚିତ୍ର

ପୁଣି ରାଜରାସ୍ତାରେ ଗର୍ଜିଲେ ଶିକ୍ଷକ , ଅଧ୍ୟାପକ
ଭୁବନେଶ୍ୱର :- ଦୀର୍ଘ ୫୪ ଦିନ ଧରି ଆନ୍ଦୋଳନ ପରେ ମଧ୍ୟ ସ୍କୁଲ ଓ କଲେଜ ଶିକ୍ଷକ , ଅଧ୍ୟାପକ ଓ କର୍ମଚାରୀଙ୍କ ଦାବି ପୂରଣ କରିବାରେ ରାଜ୍ୟ ସରକାର କଳକ୍ଷେପଣ ନାତି ଅବଲମ୍ବନ କରୁଥିବାରୁ ତାର ପ୍ରତିବାଦରେ ମଙ୍ଗଳବାର ଠାରୁ ଶିକ୍ଷକ , ଅଧ୍ୟାପକ ଓ କର୍ମଚାରୀ ମିଳିତ ମଂଚ ପକ୍ଷରୁ ଶିକ୍ଷା ବଂଚାଅ , ଓଡିଶା ବଂଚାଅ ଆନ୍ଦୋଳନର ଡାକରା ଦିଆଯାଇଛି । ବ୍ଲକ୍ ଗ୍ରାଂଟ ଉଚ୍ଛେଦ ଓ ପୂର୍ଣ୍ଣ ଅନୁଦାନ ଦାବିରେ ଅପରାହ୍ନ ୧ଟାରେ ମିଳିତ ମଂଚର ପ୍ରାୟ ୩୦ ହଜାର ଶିକ୍ଷକ ଓ କର୍ମଚାରୀମାନେ ଏକ ବିରାଟ ଶୋଭାଯାତ୍ରାରେ ଲୋୟର ପିଏମଜି ଠାରେ ପହଂଚିବା ପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମଂଚ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ସରକାର ଦାବି ପୂରଣ କରିବା ପରିବର୍ତେ ଶିକ୍ଷକ ଓ ଅଧ୍ୟାପକଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି । ଶିକ୍ଷକଙ୍କ ଦାବି ପୂରଣ ପାଇଁ ରାଜ୍ୟ ସରକାର ରାଜି ହୋଇଥିବା ବେଳେ ଅଧ୍ୟାପକଙ୍କୁ କେବଳ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଆନ୍ଦୋଳନ ସତ୍ୱେ ସରକାର କୌଣସି ପଦକ୍ଷେପ ନନିଅନ୍ତି ଆଗାମୀ ଦିନରେ ଗଣ ଆନ୍ଦୋଳନ କରାଯିବ । ଗଣତାନ୍ତ୍ରିକ ପରିବର୍ତେ ଅଗଣତାନ୍ତ୍ରିକ ଆନ୍ଦୋଳନ କରିବାକୁ ମିଳିତ ମଂଚ ପଛାଇବ ନାହିଁ ବୋଲି ମିଳିତ ମଂଚର ଆବାହକ ଗୋଲକ ନାଏକ ପ୍ରକାଶ କରିଛନ୍ତି ।
ଏହାଦ୍ୱାରା ଶିକ୍ଷାକ୍ଷେତ୍ରରେ ଯେଉଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ । ରାଜ୍ୟ ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ସେମାନଙ୍କ ଦାବି ପୂରଣ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା