Connect with us

ଓଡିଶା

ଓଡ଼ିଶାର କୃଷି ବିପଣନର ବିକାଶ ଶୀର୍ଷକ କର୍ମଶାଳାରେ ଯୋଗଦେବେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ସାଙ୍କେତିକ ଚିତ୍ର

ଓଡ଼ିଶାର କୃଷି ବିପଣନର ବିକାଶ ଶୀର୍ଷକ କର୍ମଶାଳାରେ ଯୋଗଦେବେ ଖାଦ୍ୟ ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର/ଗୁରୁଃଗ୍ରାମ ବୁଧବାର ଗୁରଗାଓଁଠାରେ ଏକ ହୋଟେଲରେ ଅ।ୟୋଜିତ “ଓଡ଼ିଶାରେ କୃଷି ବିପଣନର ବିକାଶ’ ଶୀର୍ଷକ କର୍ମଶାଳାରେ ଯୋଗଦେବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ମଙ୍ଗଳବାର ଗୁରଗାଓଁ ଯାତ୍ରା କରିଛନ୍ତି । ତାଙ୍କ ସହ ଓଡ଼ିଶା ସରକାରଙ୍କ ସମବାୟ, କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଗୁରଗାଓଁ ଯାଇଛନ୍ତି ।
ୱାର୍ଲ୍ଡ ୟୁନିୟନ୍ ଅଫ୍ ହୋଲସେଲ୍ ମାର୍କେଟ୍ସରେ ଓଡ଼ିଶା ସରକାରଙ୍କ ଓସାମ୍ ବୋର୍ଡ ସଭ୍ୟଭୁକ୍ତ ହେବାକୁ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି । ଏହି କର୍ମଶାଳାରେ ଓଡ଼ିଶାରେ କୃଷି ବିପଣନର ସୁଯୋଗ ଓ ସମ୍ଭାବନା ସଂପର୍କରେ ବିସ୍ତୃତ ଭାବେ ଅ।ଲୋଚନା ହେବ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ କୃଷି ଉତ୍ପାଦର ବିପଣନ ଏକ ମୁଖ୍ୟ ଆର୍ଥିକ କାର୍ଯ୍ୟକ୍ରମ । ଏହାଦ୍ୱାରା କୃଷକମାନଙ୍କର ଆୟରେ ବୃଦ୍ଧି ଘଟିଥାଏ । ରାଜ୍ୟରେ ସମବାୟ ଅ ।ନ୍ଦୋଳନକୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ସମବାୟ ବିଭାଗକୁ ଏକ ସ୍ୱାଧୀନ ବିଭାଗ ଭାବେ ସୃଷ୍ଟି କରିଛନ୍ତି । ବିଭାଗ ଦ୍ୱାରା ·ଷୀମାନଙ୍କୁ ବିପଣନ ସହାୟତା ପ୍ରଦାନ ସହିତ କୃଷି ଉତ୍ପାଦ ବିପଣନର ସମନ୍ୱିତ ବିକାଶ ଓ ·ଷୀମାନଙ୍କର ଅ।ର୍ଥିକ ଅଭିବୃଦ୍ଧିକୁ ଗୁରୁତ୍ୱ ଦିଅ ।ଯାଉଛି । ଏହି ଅଧୀନରେ ଥିବା କୃଷି ବିପଣନ ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡ ରାଜ୍ୟରେ କୃଷି ବିପଣନର ବିକାଶରେ କାର୍ଯ୍ୟରତ ଅଛନ୍ତି । ବିଭାଗ ଦ୍ୱାରା କୃଷି ଓ ଅ ।ନୁଷଙ୍ଗିକ କାର୍ଯ୍ୟ ପାଇଁ କୃଷକମାନଙ୍କୁ ଅ ।ବଶ୍ୟକୀୟ ଋଣ ସହାୟତା ଠିକ୍ ସମୟରେ ପ୍ରଦାନ କରାଯାଉଛି । ସେମାନଙ୍କୁ ରାସାୟନିକ ସାର, ବିହନ ଏବଂ କୀଟନାଶକ ଯୋଗାଣ ସହିତ ଫସଲହାନିରୁ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଫସଲବୀମା କାର୍ଯ୍ୟକାରୀ କରାଯାଇଛି । ଏହା ଛଡ଼ା କୃଷି ଉତ୍ପାଦକୁ ଗଚ୍ଛିତ ରଖିବା ପାଇଁ ଅ।ବଶ୍ୟକୀୟ ଭିତିଭୂମି ଯଥା-ଓଡ଼ିଶା ଓୟାର ହାଉସିଂ କର୍ପୋରେସନ୍ ଓ ମାର୍କଫେଡ଼୍ ଭଳି ସଂସ୍ଥା ରହିଛି । ସମବାୟ ସମିତିର ସଭ୍ୟସଭ୍ୟା ଏବଂ ନିର୍ବାଚିତ ପ୍ରତିନିଧିମାନଙ୍କୁ ସମବାୟ ଶିକ୍ଷା ପ୍ରଦାନ କରାଯାଇ ରାଜ୍ୟରେ ସମବାୟ ଅ।ନ୍ଦୋଳନକୁ ସଶକ୍ତ କରାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା