Connect with us

ଓଡିଶା

ପୁଣି ବୃଦ୍ଧି ପାଇଲା ପିଆଜ ଦର

ସାଙ୍କେତିକ

ପୁଣି ବୃଦ୍ଧି ପାଇଲା ପିଆଜ ଦର
ଭୁବନେଶ୍ୱର,୧୬ ଡିସେମ୍ବର – ପିଆଜ ଦର ପୁନର୍ବାର ବୃଦ୍ଧି ପାଇଛି । ଏହି ଦର କେଜି ପିଛା ୧୦୦ ଟଙ୍କାରେ ପହଂଚିଛି । ଆଉ କେତକ ସ୍ଥାନରେ ୧୦୦ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି । ପିଆଜ ଦର ବୃଦ୍ଧି ପାଇଁ ନାଗରିକ ସଂଶୋଧନ ଅଧିନିୟମ ଦାୟୀ ବୋଲି ଓଡ଼ିଶା ବ୍ୟବସାୟୀ ସଂଘର ସଭାପତି ସୁଧାକର ପଣ୍ଡା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଏହି ନିୟମକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ବସ୍, ଟ୍ରାକ୍ ପୋଡ଼ା ଜଳା କରାଯାଉଥିବାରୁ ଟ୍ରକ୍ ଗୁଡ଼ିକ ବାହାରୁ ପିଆଜ ଆଣିବାକୁ ରାଜି ହେଉନାହାଁନ୍ତି । ଯାହାଫଳରେ ପିଆଜ ଆସି ପାରୁନାହିଁ । ଯାହା ଆସିଥିଲା ତାହା ସରିବାକୁ ବସିଲାଣି । ଷ୍ଟକ୍ ସରିଲାଣି । ଦର କମିବାକୁ ଆଉ କିଛି ଦିନ ସମୟ ଲାଗିବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା