Connect with us

ଓଡିଶା

ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଂଟରୁ ଫେରାଇ ଅଣାଯିବ କାଳିଆ ଟଙ୍କା

ସାଙ୍କେତିକ

ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଂଟରୁ ଫେରାଇ ଅଣାଯିବ କାଳିଆ ଟଙ୍କା
ଭୁବନେଶ୍ୱର, ୩୧ ଜାନୁଆରୀ – କାଳିଆ ଯୋଜନାରେ ଆର୍ଥିକ ସ୍ୱଚ୍ଛଳ ଓ ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଂଟକୁ ଟଙ୍କା ଯାଇଥିଲେ ସେମାନଙ୍କର ଅନୁସନ୍ଧାନ କରାଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ଜମାଖାତାରୁ ଟଙ୍କା ଫେରାଇ ଅଣାଯିବ ବୋଲି କୃଷି ସଚିବ ସୌରଭ ଗର୍ଗ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ଉକ୍ତ ଯୋଜନାରେ ପ୍ରଭାବଶାଳୀ ଏବଂ ବଡବଡିଆଙ୍କ ଜମାଖାତାକୁ ଭୁଲବଶତଃ ଯାଇଥିବା ଟଙ୍କା ଫେରାଇ ଅଣାଯିବ । ୧ ଜାନୁଆରି ଯାଏ ମୋଟ ୨୨ଲକ୍ଷ ହିତାଧିକାରୀ କାଳିଆ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଟଙ୍କା ପାଇବା ପାଇଁ ତାଲିକା ଭୁକ୍ତ ହୋଇଥିବା ବେଳେ ପ୍ରାୟ ୫ ଲକ୍ଷ ରେଡ୍ ଫର୍ମ ଆସିଛି । ତେଣୁ ପ୍ରାୟ ୧୨.୪୫ ଲକ୍ଷ ହିତାଧିକାରୀଙ୍କ ନାଁ ଚୂଡାନ୍ତ ତାଲିକାରେ ରହିଛି ଯେଉଁମାନେ କି କାଳିଆ ଟଙ୍କା ପାଇବାକୁ ଯୋଗ୍ୟ ହୋଇଛନ୍ତି । ପୁଣିଥରେ ରେଡଫର୍ମକୁ ତର୍ଜମା କରାଯାଇ ପ୍ରଭାବଶାଳୀ ଏବଂ ବଡବଡିଆଙ୍କ ଜମାଖାତାକୁ ଯାଇଥିବା ଟଙ୍କାକୁ ଫେରାଇ ଅଣାଯିବ ବୋଲି କୃଷି ସଚିବ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ ଚଳିତ ମାସ ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୁରୀ ଠାରେ କାଳିଆ ଯୋଜନାରେ ହିତାଧିକାରୀଙ୍କ ଆକାଉଂଟକୁ ସିଧାସଳଖ ଟଙ୍କା ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷରୁ ଉଦ୍ଧ୍ୱର୍ ଚାଷୀଙ୍କ ଖାତାକୁ ଡିବିଟି ମାଧ୍ୟମରେ ୫ ହଜାର ଟଙ୍କା ଲେଖାଏଁ ଯାଇଛି । ଏହାକୁ ନେଇ ବିବାଦ ଦେଖାଦେଇଛି । କିଛି ପ୍ରଭାବଶାଳୀ ଓ ଆର୍ଥିକ ସ୍ୱଚ୍ଛଳ ବ୍ୟକ୍ତିଙ୍କୁ ମଧ୍ୟ କାଳିଆ ଯୋଜନାର ଟଙ୍କା ମିଳିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଦଇ ଏପରି ବ୍ୟକ୍ତିଙ୍କ ଜମାଖାତାରୁ ଜମାହୋଇଥିବା ଟଙ୍କା ଫେରାଇ ଅଣାଯିବ ବୋଲି ଗୁରୁବାର କୃଷି ସଚିବ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା