Connect with us

ଓଡିଶା

ବାଇକରୁ ପଡି ଶିକ୍ଷକ ମୃତ

ସାଙ୍କେତିକ

ବାଇକରୁ ପଡି ଶିକ୍ଷକ ମୃତ
କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ମାଧପୁର ଗ୍ରାମରେ ଭଡାନେଇ ରହୁଥିବା ଜଣେ ଶିକ୍ଷକଙ୍କର ସଡକ ଦୃର୍ଘଟଣାରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ଖବରରୁ ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ପଳସିଂହା (ସାନମାଣତିଆ) ଗ୍ରାମର ଧ୍ରୁର୍ବ ନାୟକଙ୍କ ପୁଅ ପ୍ରଭାତ କୁମାର ନାୟକ (୪୨) ଯେ କି ଶିକ୍ଷକଭାବେ କାର୍ଯ୍ୟ କରନ୍ତି ଶୁକ୍ରବାର ପୂର୍ବାହ୍ନ ୪ଟା ସମୟରେ ସେ ଏକ ବାହାଘରକୁ ଯାଉଥିବା ସମୟରେ ତିନିମୁହାଣୀ ନିକଟସ୍ଥ ମୁଖ୍ୟ ରାସ୍ତାରେ ଏକ ମଟର ସାଇକେଲ୍ ଭାରସାମ୍ୟ ହରାଇ ତଳେ ପଡିଯାଇଥିଲେ । ତାଙ୍କୁ ତୁରନ୍ତ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା