Connect with us

ଆଞ୍ଚଳିକ

ବମିଖାଲ ଓଭରବ୍ରିଜକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ସାଙ୍କେତିକ

ବମିଖାଲ ଓଭରବ୍ରିଜକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୦ ଫେବୃଆରୀ – ଆଜି ସନ୍ଧ୍ୟାରେ ବହୁ ପ୍ରତୀକ୍ଷିତ ବମିଖାଲ ବ୍ରିଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ୧ ହଜାର ୫୪୪ ମିଟର ବିଶିଷ୍ଟ ଏହି ବ୍ରିଜର ନିର୍ମାଣ କାର୍ଯ୍ୟରେ ସମୁଦାୟ ୪୪ କୋଟି ଟଙ୍କା ବ୍ୟୟ କରାଯାଇଛି । ଏହି ବ୍ରିଜ ୨୦୧୨ରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୧୯ରେ ଶେଷ ହୋଇଥିଲା । ଏହି ଉଦଘାଟନ ଉତ୍ସବରେ ରାଜ୍ୟ ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ମଧ୍ୟମ ବିଧାୟକ ବିଜୟ ମହାନ୍ତି, ଉତର ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ସମେତ ପୂର୍ତ ବିଭାଗର ସଚିବ ନଳୀନି ପ୍ରଧାନ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ ଯେ, ଏହି ବ୍ରିଜ ନିର୍ମାଣକୁ ନେଇ ବିଭିନ୍ନ ସମୟରେ ବିବାଦ ଦେଖାଦେଇଥିଲା । ନିର୍ମାଣ ଚାଲିଥିବା ସମୟରେ ବ୍ରିଜର କିଛି ଅଂଶ ଭୁଷୁଡି ପଡିବାରୁ ଅନ୍ୟ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ଏକ ଘଟଣାରେ ଜଣେ ଶ୍ରମିକ ପ୍ରାଣ ହରାଇଥିବା ବେଳେ ଆଉ କିଛି ଆହତ ହୋଇଥିଲେ । ନିମ୍ନ ମାନର କାମ ଅଭିଯୋଗ ଆସିବା ପରେ ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନଫ୍ରାକୁ କଳା ତାଲିକା ଭୁକ୍ତ କରାଯିବା ସହ ଏହାର ମାଲିକଙ୍କୁ ଗିରଫ ମଧ୍ୟ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ