Connect with us

ଆଞ୍ଚଳିକ

ପାଣିକୋଇଲିରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣା ୧୦୧ଦିନରେ

ସାଙ୍କେତିକ

ପାଣିକୋଇଲିରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣା ୧୦୧ଦିନରେ
ବିଧାୟକଙ୍କ ଅନୁରୋଧରେ ଧାରଣାକୁ ସମାୟିକ ଭାବେ ସ୍ଥଗିତ କଲା କ୍ରିୟାନୁଷ୍ଠାନ କମିଟି
କୋରାଇ, ୨୦ ଫେବୃଆରୀ – ଯାଜପୁର ଜିଲାରେ ସରକାରଙ୍କ ପ୍ରସ୍ତାବିତ ମେଡିକାଲ କଲେ ଜିଲାର ମଧ୍ୟସ୍ଥଳୀ ପାଣିକୋଇଲି ଠାରେ ସ୍ଥାପନା ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟି ଶାନ୍ତିପୂର୍ଣ୍ଣ ଗଣଧାରଣା ୧୦୧ଦିନ ଓ ସତ୍ୟାଗ୍ରହ ୨୨ ଦିନରେ ପହଂଚିଥିଲା ବେଳେ ସ୍ଥାନୀୟ ବିଧାୟକ ଆକାଶ ଦାସନାୟକଙ୍କ ଅନୁରୋଧ କ୍ରମେ ତାହାକୁ ସାମୟିକଭାବେ ସ୍ଥଗିତ ରଖାଯାଇଛି ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଅନୁଦାନରେ ଯାଜପୁର ଜିଲାରେ ପ୍ରସ୍ତାବିତ ମେଡିକାଲ କଲେଜ ଜିଲାର କେନ୍ଦ୍ର ସ୍ଥଳୀ ପାଣିକୋଇଲି ଠାରେ ନିର୍ମାଣ କରାଯିବାକୁ ଦାବରେି ମେଡିକାଲ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣଧରଣା ଓ ସତ୍ୟଗ୍ରହ କରାଯାଇଥିଲା । ଏହାକୁ ସମର୍ଥନକରି ପୂର୍ବରୁ ପିସିସ ସଭାପତି, ବରିଷ୍ଠ ନାଗରିକ ମଂଚ, ଆଇନିଜିବୀ, ସାମ୍ବାଦିକ ସଂଘ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, କିନର ସଂଘ, କୃଷକ ମଂଚ, ମହିଳା ସମିତି, ଆମେ ବିପଦର ସାଥୀ ଭଳି ଆଂଚଳିକ ଗଣସଙ୍ଗଠନ ଆଦି ମେଡ଼ିକାଲ କ୍ରିୟାନୁଷ୍ଠାନ କମିଟି ଦ୍ୱାରା ଆହୂତ ଗଣ ଧାରଣା ସ୍ୱେଚ୍ଛାକୃତ ଭାବେ ସାମିଲ ହୋଇ ସମର୍ଥନ ଜଣାଇଥିଲେ । ଫଳରେ ରାଜନୈତିକ ବିପ୍ଲବ ଦେଖାଦେଇଥିଲା ବେଳେ କ୍ରମଶଃ ଗଣଆନ୍ଦୋଳନ ତେଜିବାରେ ଲାଗିଛି । ୧୦୦ଦିନରୁ ଊଦ୍ଧ୍ୱର୍ ଗଣଧାରଣ ଚାଲିଥିଲାବେଳେ ସରକାର କି ପ୍ରଶାସନ ଦିନେହେଲେ ଧରଣା ସ୍ଥଳକୁ ଆସି ଆଲୋଚନା ନକରିବା ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏଥିନେଇ ସତ୍ୟାଗ୍ରହ ଚାଲିଥିଲା ବେଳେ ଆଜି ଧାରଣ ସ୍ଥଳରେ କ୍ରିୟାନୁଷ୍ଠାନର ଆବହକ ଧରଣୀଧର ଘଡାଇ ଓ ଯୁଗ୍ମ ଆବାହକ ସୁବସ ଧଳ ଅନଶନରେ ବସିଥିଲେ ।

ଅନ୍ୟପକ୍ଷରେ ଅଂଚଳବାସୀଙ୍କ ଭାବାବେଗ ଓ ପାଣିକୋଇଲି ସଠିକ ସ୍ଥାନ ବୋଲି ଅନୁଭବକରି କୋରାଇର ବିଧାୟକ ଆକାଶ ଦାସନାୟକ ଏଥିରେ ସହମତି ପ୍ରକାଶ ସୋମବାର ଦିନ କ୍ରିୟାନୁଷ୍ଠାନ କମିଟର କର୍ମକର୍ତାଙ୍କୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ଦେଇଥିଲେ । ହେଲେ ଚାଲିଥିବା ୧୦୧ଦିନର ଧାରଣା ସ୍ଥଳେ ଏକ ପ୍ରତିବାଦ ସଭା କ୍ରିୟାନୁଷ୍ଠାନ କମିଟର ଆବାହକ ଧରଣୀଧର ଘଡାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଯୁଗ୍ମ ଆବାହକ ସୁବାସ ଧଳଙ୍କ ସଂଚାଳନାରେ ଆଇନଜିବୀ ଚନ୍ଦ୍ରଶେଖର ପଣ୍ଡା, ବିବେକାନନ୍ଦ ମହାନ୍ତି, ସଦାଶିବ ଦାସ, ପ୍ରପୁଲ୍ଲ ନାୟକ,ବରିଷ୍ଠ ନାଗରିକ ମଂଚର ସଂପାଦକ ସୁରେନ୍ଦ୍ର ରାୟ, ଚନ୍ଦ୍ରମଣି ସାମଲ, ଡା. ନିର୍ମଳ ର. ଅକ୍ଷୟ ଜେନା ପ୍ରମୁଖ ଯୋଗଦେଇ ପାଣିକୋଇଲି ଜିଲାର ମଧ୍ୟସ୍ଥଳୀ ହୋଇଥିଲା ବେଳେ ଉଭୟ ଭୌଗୋଳିକ ଓ ଗମନାଗମନ ଦୃଷ୍ଟିରୁ ଏଠାରେ ଉକ୍ତ ମେଡ଼ିକାଲ କଲେଜ ସ୍ଥାପନା ନିମନ୍ତେ ସର୍ବୋତମ ସ୍ଥାନ ଅଟେ । କଲେଜ ନିମନ୍ତେ ଆବଶ୍ୟକ ହେଉଥିବା ଜମି ନିମନ୍ତେ ଏଠାରେ ଶହ ଶହ ଏକର ସରକାରୀ ଜମି ରହିଛି । ମାତ୍ର ଜିଲା ପ୍ରଶାସନ ଜିଲା ଖଣିଜ ପାଣ୍ଠିର ଅର୍ଥରେ ଦୁଇ ଗୁଣା ମୂଲ୍ୟ ପ୍ରଦାନ କରି ବେସରକାରୀ ଜମି କ୍ରରି ଉକ୍ତ ମେଡ଼ିକାଲକୁ ଆଙ୍କୁଲା ଠାରେ ନିର୍ମାଣ କରିବା ଲାଗି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଯାଇଥିବା ଏକ ନୀତିବୁରୁଦ୍ଧ କଥା ବୋଲି ବତବ୍ୟକ୍ତ କରିଥିଲେ ।

ଏହି ଅବସରରେ କୋରାଇର ବିଧାୟକ ଆକଶ ଦାସ ନାୟକ ଗଣଧାଣାସ୍ଥଳେ ପଂହଚିଥିଲେ । ମେଡିକାଲ କଲେଜ ସ୍ଥାପନା ସଂପର୍କରେ ଆମେ ମୁଖ୍ୟମନ୍ତ୍ରଙ୍କୁ ଜଣାଇଛନ୍ତି; ତେଣୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଘଟଣା ଯେହେତୁ ବିଚାରାଧିନ ରହିଛି, ସେ ନିଶ୍ଚିନ୍ତ ରୂପେ ଉପଯୁକ୍ତ ପଦକ୍ଷପ ନେବେ । ତେବେ ଏଥିନେଇ ଆଉ ଧାରଣା ଦିଆଯିବା ଆବଶ୍ୟକତା ନାହିଁ । ତେଣୁ ଆପଣମାନେ ଧରଣାରେ ନବସି ପ୍ରତ୍ୟାହୃତ କରିବା ପାଇଁ ଅନୁରୋଧ କରିଥିଲେ । ବିଧାୟକଙ୍କ ଅନୁରୋଧକ୍ରମେ ମେଡିକାଲ କ୍ରିୟାନୁଷ୍ଠାନ କମିଟି ତାହାର ସହଯୋଗୀ ସଙ୍ଗଠନମାନଙ୍କ ସହ ବିଚାର ବିମର୍ଶ କରି ଧାରଣାକୁ ସମାୟିକଭାବେ ସ୍ଥାଗିତ କରାଯାଇଥିଲା ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବଟକୃଷ୍ଣ ସାହୁ, ରାମଚନ୍ଦ୍ର ମଲିକ, ମଧୁସୂଦନ ରାଉତ, ସେକ ଜହର ଅଲ୍ଲୀ, ବିପିନ ବିହାରୀ ଧଳ, ପୀତାମ୍ବର ନନ୍ଦ, ଅରୁପାନନ୍ଦ ମଲ୍ଲିକ, ଗୋକୁଳାନନ୍ଦ ମହାରଣା, ସୁଦର୍ଶନ ସାମଲ, ସେକ ଜାହାଙ୍ଗିର, ବାବାଜି ସାହୁ, ଶଶିକାନ୍ତ ମଲ୍ଲିକ, ବେଣୁଧର ସାମଲ, ବୈ÷ଷ୍ଣବ ପଣ୍ଡା, ବସନ୍ତ ବେହେରା, ସୋମନାଥ ନାୟକ, ଉପେନ୍ଦ୍ର ପାତ୍ର, ନାରାୟଣ ସାହୁ, ପ୍ରଭାକର ପଣ୍ଡା, ପଂଚାନନ ବେହେରା, ତାରିଣୀ ପଟ୍ଟନାୟକ, ସାଜିଦ ଖାଁ, ଗଣନାଥ ସାହୁ, ସନ୍ତୋଷ ରାୟ, ରବିନ୍ଦ୍ର ପଣ୍ଡା, ରାକେଶ କୁମାର ସାହୁ, ନିରଞ୍ଜନ ପରିଡା, ମାନସ ରାୟ, ପ୍ରମୁଖ ଯୋଗଦେଇଥିଲେ । ଶେଷରେ ପାଣିକୋଇଲି ସମିତିସଭ୍ୟ ସେକ ଜହର ଅଲ୍ଲୀ ଦୀର୍ଘ ୧୦୧ଦିନ ଧରି ଧାରଣାକୁ ଚାଲଇଥିବାରୁ ସମସ୍ତଙ୍କୂ ଧ୍ୱର୍ଯ୍ୟକୁ ପ୍ରଶାଂସାପୂର୍ବକ ଧନ୍ୟବାଦ ଦେଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମକୁ କ୍ରିୟାନୁଷ୍ଠାନ କମିଟିର ସମସ୍ତ କର୍ମକର୍ତା ଓ ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ