Connect with us

ଓଡିଶା

ଓଡିଶା ନୌବାଣିଜ୍ୟ ସଂଗ୍ରହାଳୟ ଟିକେଟ୍ ଉପରେ ୫୦ ପ୍ରତିଶତ ରିହାତି

ସାଙ୍କେତିକ ଚିତ୍ର

ଓଡିଶା ନୌବାଣିଜ୍ୟ ସଂଗ୍ରହାଳୟ ବୈଠକ ଅନୁଷ୍ଠିତ
୧୪ ବର୍ଷରୁ କମ୍ ଛାତ୍ରଛାତ୍ରୀଙ୍କୁ ସଂଗ୍ରହାଳୟ ଟିକେଟ୍ ଉପରେ ୫୦ ପ୍ରତିଶତ ରିହାତି ,ଭିନ୍ନକ୍ଷମଙ୍କ ପାଇଁ ମାଗଣା
ଭୁବନେଶ୍ୱର,୮ା୧୧: ଓଡିଶା ନୌବାଣିଜ୍ୟ ସଂଗ୍ରହାଳୟ କଟକର ଚତୁର୍ଥ ପରିଚାଳନା ପରିଷଦର ବୈଠକ ଗୁରୁବାର ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ସଂଗ୍ରହାଳୟର ବିକାଶ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ଆଲୋଚନାରୁ ଜଣାଯାଇଛି ଯେ ଓଡିଶା ନୌବାଣିଜ୍ୟ ସଂଗ୍ରହାଳୟ କଟକ ସହରର ଏକ ଲୋକପ୍ରିୟ ଦର୍ଶନୀୟ ସ୍ଥାନ ଭାବରେ ବିକଶିତ ହୋଇପାରିଛି । ସଂଗ୍ରହାଳୟକୁ ଦର୍ଶକ ମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି । ଏହି ସଂଗ୍ରହାଳୟ ଆମ ନୌବାଣିଜ୍ୟ ପରମ୍ପରାର ଗୌରବବୟ ସ୍ମୃତି ବହନ କରୁଛି । ତେଣୁ ଛାତ୍ରଛାତ୍ରୀମାନଙ୍କୁ ସେ ସମ୍ପର୍କରେ ସଚେତନ କରିବା ନିମନ୍ତେ କଟକ ସହରର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ନୌବାଣିଜ୍ୟ ସଂଗ୍ରହାଳୟର ସୂଚନା ପତ୍ରିକା ବଂଟନ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।

ସଂଗ୍ରହାଳୟରେ ଥିବା ଏସଏଫଏକ୍ସ ଏବଂ ଆକ୍ୱାରିୟମ୍ ପରିଦର୍ଶନରେ ଆସୁଥିବା ୧୪ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀଙ୍କୁ ଟିକେଟ୍ ରେ୫୦ ପ୍ରତିଶତ ରିହାତି ଏବଂ ଭିନ୍ନକ୍ଷମ ମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ପରିଦର୍ଶନ ସୁବିଧା ଦେବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟାନ୍ୟ ବିଷୟ ମାନଙ୍କ ମଧ୍ୟରେ ଆକ୍ୱାରିୟମ୍ ର ସମ୍ପ୍ରସାରଣ , ମିରର୍ ମେଜ୍ ପ୍ରତିଷ୍ଠା , ବିଭିନ୍ନ ଛୁଟି ଦିନ ମାନଙ୍କରେ ନୌବାଣିଜ୍ୟ ସଂଗ୍ରହାଳୟ କର୍ମଚାରୀ ମାନେ କାର୍ଯ୍ୟ କରୁଥିବାରୁ ସେମାନଙ୍କୁ ବର୍ଷକୁ ୨୧ ଦିନର ଦରମା ଦେବା ଏବଂ ସେମାନଙ୍କର ଦରମା ପୁନଃ ନିର୍ଦ୍ଧାରଣ କରିବାପାଇଁ ବୈଠକରେ ନିଷ୍ପତି ହୋଇଥିଲା ।

ଏତଦ୍ ବ୍ୟତୀତ ନୌବାଣିଜ୍ୟ ସଂଗ୍ରହାଳୟ ସମ୍ମୁଖରେ ମହାନଦୀ ତଟର ସ୍ୱତନ୍ତ୍ର ବିକାଶ ଓ ସୌନ୍ଦର୍ଯ୍ୟ କରିବା ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ କଟକ ସାଂସଦ , କଟକ ସଦର ଓ ଚୌଦ୍ୱାର ବିଧାୟକଙ୍କ ସମେତ ଉନ୍ନୟନ କମିଶନର , ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଓ କଟକ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା