
କାଳିଆ ଯୋଜନା ସଚେତନତା କାର୍ଯ୍ୟକ୍ରମ
କୁଜଙ୍ଗ – ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ପଂଚାୟତ ବିଜୁ ଯୁବବାହିନୀ ପକ୍ଷରୁ କାଳିଆ ଯୋଜନା ସଚେତନତା କାର୍ଯ୍ୟକ୍ରମ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ବିଜୁ ଯୁବବାହିନୀର ସଭାପତି ଉଲ୍ଲାସ ବର୍ଦ୍ଧନ, ସମ୍ପାଦକ ଓମ୍ ପ୍ରକାଶ ଦାସ, କୋଷାଧ୍ୟକ୍ଷ ସନ୍ଦୀପ ଦାସ, ଯୁବ ସମାଜସେବୀ ବିକାଶ କୁମାର ପରିଡା, କାଶୀନାଥ ସ୍ୱାଇଁ, କୁନିଆ ସ୍ୱାଇଁ, ସମୀର ମଲ୍ଲିକ, ସୋମନାଥ ରାଉତ, ପୁପୁ ରଞ୍ଜନ ରାଉତରାୟ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
