Connect with us

ଆଞ୍ଚଳିକ

ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ l

ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ l

ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ
ସମ୍ବଲପୁର,୩ା୯: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇ ଆଜି ଶୁଭ ଲଗ୍ନ ଧାର୍ଯ୍ୟ ହୋଇଛି । ତଦନୁଯାୟୀ, ୧୪ ତାରିଖ ସକାଳ ୮ଟା ୧୦ରୁ ୮ଟା ୪୦ ମିନିଟ୍ ମଧ୍ୟରେ ତୁଳା ଲଗ୍ନରେ ଅମୃତ ବେଳାରେ ମା ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ପାଇଁ ସମୟ ଧାର୍ଯ୍ୟ ହୋଇଛି ।

ସମ୍ବଲପୁର ଝାଡ଼ୁଆପଡା ବରହମପୁରା ମନ୍ଦିରରେ ଆଜି ପଣ୍ଡିତ ମାନଙ୍କ ଏକ ସଭା ବସି ଏହି ଲଗ୍ନ ସ୍ଥିରିକୃତ ହୋଇଥିଲା । ପ୍ରଥମେ ପାରମ୍ପରିକ ପୂଜାର୍ଚ୍ଚନା ପରେ ପଣ୍ଡିତ ମାନେ ପାଞ୍ଜି ଦେଖି ନୂଆଁଖାଇ ତିଥି ଓ ଲଗ୍ନ ସ୍ଥିର କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରତିବର୍ଷ ଝାଡ଼ୁଆପଡା ବରହମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ଜନ୍ମାଷ୍ଟମୀ ପରେ ନନ୍ଦ ଉତ୍ସବ ଦିନ ନୂଆଁଖାଇ ନିମନ୍ତେ ଲଗ୍ନ ସ୍ଥିରିକୃତ ହୋଇଥାଏ । ଏହି ଅବସରରେ ପ୍ରଥମେ ମା ସମଲେଶ୍ୱରୀଙ୍କ ନିକଟରେ ନବ ବସ୍ତ୍ର ଓ ନବାନ୍ନ ଲାଗି କରାଯାଇଥାଏ । ପରେ ଅନ୍ୟ ଦେବାଦେବୀଙ୍କୁ ନବାନ୍ନ ଲାଗି ପରେ ଲୋକେ ନବାନ୍ନ ଭୋଜନ କରିଥାନ୍ତି ।

ଘରେ ଘରେ ପିଠାପଣା ସାଙ୍ଗକୁ ନବବସ୍ତ୍ର ପରିଧାନ ପୂର୍ବକ ବନ୍ଧୁବାନ୍ଧବ, ସମ୍ପର୍କୀୟଙ୍କ ଗହଣରେ ଲୋକେ ଦିନଟିକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥାନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ