
୬ରେ ପୁଣି ଓଡିଶା ଆସିବେ ରାହୁଲ
ଭୁବନେଶ୍ୱର, ୩୧ ଜାନୁଆରୀ – ଆସନ୍ତା ଫେବୃଆରୀ ୬ ତାରିଖରେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ପୁଣି ଥରେ ଓଡିଶା ଗସ୍ତରେ ଆସିବେ । ଗତଥର ଓଡିଶା ଗସ୍ତରେ ଆସିଥିବା ବେଳେ ତମାଣ୍ଡୋରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗ ଦେଇଥିଲେ । ଏଥର କିନ୍ତୁ ମିଶନ ପଶ୍ଚିମ ଓଡିଶା ଲକ୍ଷ୍ୟରେ ଆସିବେ ରାହୁଲ । ସୁନ୍ଦରଗଡ ଜିଲ୍ଲାର ରାଉରକେଲା ଓ କଳାହାଣ୍ଡିର ଭବାନୀପାଟଣାରେ ଉକ୍ତ ଦିନ ହେବାକୁ ଥିବା ଦଳୀୟ ସମାବେଶରେ ରାହୁଲ ଯୋଗ ଦେବେ ବୋଲି ପିସିସି ସଭାପତି ଶ୍ରୀ ନିରଂଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।
