୫ -ଟିକୁ ନେଇ ମୁହାଁମୁହିଁ ହେଲେ ଦୁଇ ପୂର୍ବତନ ପ୍ରଶାସକ
– ଆଇଏଏସ୍ ଟ୍ରେନିଂ ବେଳେ ୫ – ଟି ପଢାଯାଉଥିଲା : ଅପରାଜିତା
– ମୁଁ କିନ୍ତୁ କେବଳ ପରେଡ୍ ଶିଖିଛି : ଅରୂପ
ଭୁବନେଶ୍ୱର, ୩୧ ଅକ୍ଟୋବର – ୫ – ଟି ଏକ ଅଭିନବ ପଦକ୍ଷେପ ନୁହେଁ । ଏହା ବହୁତ ପୁରୁଣା କଥା । ଆଇଏଏସ୍ ଟ୍ରେନିଂ ନେବା ବେଳେ ୫ – ଟି ଟ୍ରେନିଂ ଦିଆଯାଉଥିଲା ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।
ଅନ୍ୟପକ୍ଷରେ ତାଙ୍କର ଏହି ମନ୍ତବ୍ୟ ଉପରେ ଜବାବ ରଖି ବିଜେଡି ନେତା ଅରୂପ ପଟ୍ଟନାୟକ କହିଛନ୍ତି, ମୁଁ ତ ଆଇଏଏସ୍ ଓ ଆଇପିଏସ୍ ଟ୍ରେନିଂ ବେଳେ ଯାହା ହୁଏ ସବୁ ଜାଣିଛି । ସେଠାରେ ଆମେ ଲେଫ୍ଟ ରାଇଟ୍ ଶିଖୁ । ଲୋକଙ୍କୁ କେମିତି ହ୍ୟାଣ୍ଡେଲ କରାଯିବ ଟ୍ରେନିଂ ଦିଆଯାଏ ନାହିଁ । ଲୋକଙ୍କ ସହ କିପରି ବସିବେ , କେମିତି ମିଶିବେ ଏଗୁଡ଼ିକ ଶିଖା ଯାଏ ନାହିଁ । ସେ ଭଦ୍ର ମହିଳା ଟ୍ରେନିଂରେ ୫-ଟି ଶିଖିଥିବେ । ମୁଁ କିନ୍ତୁ ଟ୍ରେନିଂରେ କେବଳ ପରେଡ୍ ଶିଖିଛି । ସେ ଯେବେ ମୁଖ୍ୟମନ୍ତ୍ରୀ ହେବେ ୫-ଟି ବାତିଲ କରିଦେବେ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।
ଗୁରୁବାର ଦିନ ରାଜ୍ୟ ସରକାରଙ୍କ ୫ – ଟି କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇବା ସହ ଶାସନର ୨୦ ବର୍ଷ ପରେ ଏବେ କାହିଁକି ସରକାର ୫ – ଟି ଆଣିଲେ , ପୂର୍ବରୁ ଏହା କ’ଣ ଆମ ସିଷ୍ଟମରେ ନଥିଲା କି ? ବୋଲି ଶ୍ରୀମତୀ ଷଡଙ୍ଗୀ ପ୍ରଶ୍ନ କରିଛନ୍ତି । ସ୍ୱାସ୍ଥ୍ୟ ଓ ଗୃହ ବିଭାଗର ଉଦାହରଣ ଦେଇ ଅପରାଜିତା କହିଛନ୍ତି ,ଯଦି “ସ୍ୱାସ୍ଥ୍ୟ ବିଭାଗରେ ୫ – ଟି ଲାଗୁ କରାଯାଇଥାନ୍ତା, ତେବେ କ’ଣ ଏଥିରେ ସ୍ୱଚ୍ଛତା ଆସିନଥାନ୍ତି କି ? ଏଥିପାଇଁ ଏକ କ୍ଷମତା ସମ୍ପନ୍ନ ବିଭାଗ କାହିଁକି ଗଠନ କରାଗଲା । ଜଣେ ବ୍ୟକ୍ତିଙ୍କୁ କ୍ଷମତା ଦେଇଦେବା ଦ୍ୱାରା ଅନ୍ୟ ବିଭାଗର କାର୍ଯ୍ୟଧାରା ନେଇ ପ୍ରଶ୍ନ ଉଠୁଛି ବୋଲି ସେ କହିଛନ୍ତି ।
ଓଡିଶା
୫ -ଟିକୁ ନେଇ ମୁହାଁମୁହିଁ ହେଲେ ଦୁଇ ପୂର୍ବତନ ପ୍ରଶାସକ
More in ଓଡିଶା
-
ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا
ଭୁବନେଶ୍ୱର – ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا ଘର ଆଗରେ...
-
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l ଲୋକଙ୍କ ଆଶଙ୍କା ‘ଦ୍ୱାରଦେଶରେ କରୋନାର ତୃତୀୟ ଲହର ‘ !...
-
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ |
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ | ଭୁବନେଶ୍ୱର- 18/12 -ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର...
-
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି |
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି | ଭୁବନେଶ୍ୱର –...