
୧୬ରୁ ବିଧାନସଭା ଅଧିବେଶନ !
ଭୁବନେଶ୍ୱର,୨ା୧୧ : ଆସନ୍ତା ୧୬ ତାରିଖରୁ ଓଡିଶା ବିଧାନସଭାର ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ବିଧାନସଭା ବୈଠକ ଡାକିବାପାଇଁ ରାଜ୍ୟପାଳଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଛି । ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ସମନ ଆସିବା ପରେ ବିଧାନସଭା ବୈଠକର କାର୍ଯ୍ୟକ୍ରମ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବ ।
