ସ୍ୱଚ୍ଛତା ହିଁ ସେବା ଅଭିଯାନରେ ସାମିଲ ହେଲେ ରାଜ୍ୟପାଳ
ଭୁବନେଶ୍ୱର :- ସ୍ୱଚ୍ଛତା ଆଧ୍ୟାତ୍ମିକତା ଆଡ଼କୁ ଯିବା ପାଇଁ ପ୍ରବେଶ ପଥ । ଏହି ସ୍ୱଚ୍ଛତାକୁ ନିଜ ଜୀବନ ଶୈଳୀରେ ପରିଣତ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆହ୍ୱାନ ଦେଇଛନ୍ତି ।
ଶୁକ୍ରବାର ରାଜ୍ୟପାଳ ମାଷ୍ଟର କ୍ୟାଂଟିନ ଛକ ସିଟି ବସ୍ ଡ଼ିପୋରେ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ସାମିଲ ହୋଇଥିଲେ । ସିଟି ବସ୍ ଡ଼ିପୋକୁ ଅକ୍ଟୋବର ୨ ତାରିଖ ପୂର୍ବରୁ ଅନାବନା ଗଛ କାଟିବା ସହ ପୂରା ସଫା କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ । ମେୟର ଅନନ୍ତ ନାରାୟଣ ଜେନା, ଉପ ମେୟର କେ. ଶାନ୍ତି, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ଭୁବନେଶ୍ୱର ନଗର ନିଗମର କମିଶନର ଡ଼. କିଶନ କୁମାର, ଅତିରିକ୍ତ କମିଶନର ଶୁଭମ୍ ସାକ୍ସେନା, ପୂର୍ବତନ ଅଧ୍ୟକ୍ଷ ଡ଼. ଜଗନ୍ନାଥ ମହାପାତ୍ର ପ୍ରମୁଖ ଅଭିଯାନରେ ଯୋଗ ଦେଇଥିଲେ ।
ଏହି ଅବସରରେ ସ୍ୱେଚ୍ଛାଗ୍ରହୀ, ସଫେଇ କର୍ମଚାରୀ ଓ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଥିବା ଅନୁଷ୍ଠାନମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।