Connect with us

ଓଡିଶା

ଓଃ ! କି ମାଡ …ବର୍ବର ପୋଲିସ ଓ ଉଶୃଙ୍ଖଳିତ ବିକ୍ଷୋଭକାରୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ

s media

ରାଜନୈତିକ ଦଳର କାର୍ଯ୍ୟାଳୟରେ ପଶିଲା ପୋଲିସ .
ଭୁବନେଶ୍ୱର -10-12 ଆଜି କମିସନରେଟ ପୋଲିସ ହୋଇଯାଇଥିଲା ରକ୍ତ ମୁଖା ,ସମସ୍ତ ସହନଶୀଳତା ଓ ଧର୍ଯ୍ୟହରା ହୋଇ ଗୋଡ଼ାଇ ଗୋଡ଼ାଇ ପିଟିଥିଲା ବିକ୍ଷୋଭ କାରୀଙ୍କୁ | ଏତିକିରେ ବି ମନ ଶାନ୍ତି ହେଲାନାହିଁ ନିଜ ହିତା ହିତ ଜ୍ଞାନ ଭୁଲିଯାଇଥିଲା ଓ ପଶିଯାଇଥିଲା ରାଜ୍ୟ କଂଗ୍ରେସ ମୁଖ୍ୟାଳୟରେ | ଯାହାକୁ ପାଇଥିଲା ପିଟିଥିଲା ନିର୍ଦୟ ଭାବରେ | ବହୁତ ଦିନହେଲା ବିଭିନ୍ନ ସଂଗଠନର ବିକ୍ଷୋଭ କାରୀମାନେ ପୋଲିସ ବିରୁଦ୍ଧରେ ଦେଉଥିବା ସ୍ଲୋଗାନ ଓ ଅଣ୍ଡା ,ଟମାଟୋ ମାଡ଼ରେ ଅତିଷ୍ଠ ହୋଇ ପଡ଼ିଥିଲେ ପୋଲିସ ବାହିନୀ | କିନ୍ତୁ ଆଜି ତାଙ୍କର ଧର୍ଯ୍ୟଚ୍ୟୁତି ଘଟିଥିଲା | ନିରଧୂମ ଛେଚିଥିଲେ ବିକ୍ଷୋଭ କାରୀଙ୍କୁ | ପୋଲିସ ର ବର୍ବର ଆକ୍ରମଣକୁ ସବୁ ମହଲ ନିନ୍ଦା କରିବା ସହିତ ବିକ୍ଷୋଭକାରୀଙ୍କ ଉଶୃଙ୍ଖଳ ଆଚରଣକୁ ମଧ୍ୟ ନାପସନ୍ଦ କରିଛନ୍ତି |.ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଦୁଇ ବିରୋଧୀ ଦଳ ନିଜ ନିଜ ଭିତରେ ପତିଆରା ଜାହିର କରିବା ଓ ଖବରରେ ରହିବା ପାଇଁ ଯେଉଁ ଉଦ୍ୟମ କରିଆସୁଛନ୍ତି , ତାର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା | ଅର୍ଥାତ “କ୍ଷୀର ଉତୁରିଲେ ଚୁଲୀକୁ ” ,ଏହା ବିକ୍ଷୋଭକାରି ହୁଅନ୍ତୁ କିମ୍ବା ପୋଲିସ ହୁଅନ୍ତୁ ସମସ୍ତଙ୍କ ପାଇଁ ପ୍ରଯୁର୍ଯ୍ୟ | ଆଗାମୀ ଦିନରେ ଏହାର ଫଳା ଫଳ ପ୍ରତିଶୋଧପରାୟଣ ଜଡିତ ପ୍ରତିକ୍ରିୟା ଦେଖିବାକୁ ମିଳିପାରେ . |

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା