
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ତଥାଗତ
ଭୁବନେଶ୍ୱର, ୦୬ ମାର୍ଚ୍ଚ – ବିଜେଡ଼ିର ସାଂସଦ ତଥାଗତ ଶତପଥି ଆଜି ସଂଧ୍ୟାରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଗାମୀ ନିର୍ବାଚନରେ ଲଢ଼ିବେ ନାହିଁ ବୋଲି ଅବଗତ କରାଇଥିଲେ । ସାକ୍ଷାତ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ନିଜର କୃତଜ୍ଞତା ଜଣାଇଥିଲେ । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମଧ୍ୟ ଅନୁରୂପ ଭାବେ ତାଙ୍କର ଶୁଭ କାମନା କରିଥିଲେ ।
