
ଖୋର୍ଦ୍ଧା ଜିଲାରେ ୫୯.୬ ପ୍ରତିଶତ ମତଦାନ, ଜୟଦେବରେ ସର୍ବାଧିକ ଓ ଭୁବନେଶ୍ୱର ମଧ୍ୟରେ ସର୍ବନିମ୍ନ ମତଦାନ
ଖୋର୍ଦ୍ଧା, ୨୪ ଅପ୍ରେଲ – ଭୁବନେଶ୍ୱର ଲୋକସଭା ଅଧିନରେ ଥିବା ଖୋର୍ଦ୍ଧା ଜିଲାର ୭ଟି ବିଧାନସଭା ଓ ପୁରୀ ଲୋକସଭା ଅଧିନରେ ଥିବା ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଶାନ୍ତିପୂର୍ଣ୍ଣ ଭାବେ ମତଦାନ ସରିଛି । ତେବେ ଜିଲାରେ ମୋଟ ୫୯.୬ପ୍ରତିଶତ ମତଦାନ ହୋଇଥିବା ବେଳେ ୧୧୧ନମ୍ବର ଜୟଦେବ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୭୫.୭୮ ପ୍ରତିଶତ ମତଦାନ ହୋଇଛି । ସେହିପରି୧୧୨ନମ୍ବର ଭୁବନେଶ୍ୱର (ମଧ୍ୟ) ନିର୍ବାଚନ ମଣ୍ଡଳୀରେ ୪୩.୦୨ପ୍ରତିଶତ,୧୧୩ଭୁବନେଶ୍ୱର(ଉତ୍ତର)ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ୪୭.୯୦ପ୍ରତିଶତ,୧୧୪ନମ୍ବର ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀରେ ୪୯.୬୮ପ୍ରତିଶତ,୧୧୫ନମ୍ବର ଜଟଣୀ ନିର୍ବାଚନ ମଣ୍ଡଳୀରେ ୬୯.୩୨ପ୍ରତିଶତ,୧୧୬ନମ୍ବର ବେଗୁନିଆ ନିର୍ବାଚନ ମଣ୍ଡଳୀରେ ୭୩.୦୫ପ୍ରତିଶତ,୧୧୭ନମ୍ବର ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ୭୧ପ୍ରତିଶତ,୧୧୮ନମ୍ବର ଚିଲିକା ନିର୍ବାଚନ ମଣ୍ଡଳୀରେ ମଧ୍ୟ ୭୧ପ୍ରତିଶତ ମତଦାନ ହୋଇଛି । ଅନ୍ୟପକ୍ଷରେ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ ୬୧.୫୩ପ୍ରତିଶତ ମତଦାନ ହୋଇଥିବା ଖୋର୍ଦ୍ଧା ଜିଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି ।
