
ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ୩୮.୮୬ କୋଟି ଟଙ୍କାର ୧୪୮୦ଟି ପ୍ରକଳ୍ପ ମଂଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର :-ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୬ଟି ଜିଲ୍ଲାର ୮ଟି ବ୍ଲକ୍ ର ୧୬୩ଟି ପଂଚାୟତ ପାଇଁ ୩୮.୮୬ କୋଟି ଟଙ୍କାର ୧୪୮୦ଟି ପ୍ରକଳ୍ପ ମଂଜୁର କରିଛନ୍ତି । ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ର ୨୬ଟି ପଂଚାୟତ ପାଇଁ ୬.୦୧ କୋଟି ଟଙ୍କାରେ ୧୬୦ଟି ପ୍ରକଳ୍ପ , ସହରପଡା ବ୍ଲକ୍ ର ୨୦ଟି ପଂଚାୟତ ପାଇଁ ୪.୮୦ କୋଟି ଟଙ୍କାରେ ୧୫୦ଟି ପ୍ରକଳ୍ପ , କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ର ୩୧ଟି ପଂଚାୟତ ପାଇଁ ୮.୧୮ କୋଟି ଟଙ୍କାରେ ୩୧୦ଟି ପ୍ରକଳ୍ପ , ମୟୁରଭଂଜ ଜିଲ୍ଲା ବେତନଟି ବ୍ଲକ୍ ର ୨୪ଟି ପଂଚାୟତ ପାଇଁ ୬ କୋଟି ଟଙ୍କାରେ ୨୬୯ଟି ପ୍ରକଳ୍ପ , ଖୁଂଟା ବ୍ଲକ୍ ର ୧୪ଟି ପଂଚାୟତ ପାଇଁ ୩.୫୦ କୋଟି ଟଙ୍କାରେ ୧୨୫ଟି ପ୍ରକଳ୍ପ , ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ୍ ର ୧୭ଟି ପଂଚାୟତ ପାଇଁ ୩ କୋଟି ଟଙ୍କାରେ ୧୮୭ଟି ପ୍ରକଳ୍ପ , ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ର ୧୪ଟି ପଂଚାୟତ ପାଇଁ ୩.୧୨ କୋଟି ଟଙ୍କାରେ ୧୫୭ଟି ପ୍ରକଳ୍ପ ଏବଂ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ର ୧୭ଟି ପଂଚାୟତ ପାଇଁ ୪.୨୫ କୋଟି ଟଙ୍କାରେ ୧୨୨ଟି ପ୍ରକଳ୍ପକୁ ମଂଜୁରୀ ଦେଇଛନ୍ତି ।
ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ରଜ୍ୟର ୨୧୮ଟି ବ୍ଲକ୍ ର ୪୭୩୮ଟି ଗ୍ରାମ ପଂଚାୟତର ଜନସାଧାରଣଙ୍କ ସହିତ ଆଲୋଚନା ମାଧ୍ୟମରେ ୪୩,୪୧୨ଟି ପ୍ରକଳ୍ପ ମଂଜୁର କରିଛନ୍ତି । ଏପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପ ପାଇଁ ୧୦୭୩.୪୯ କୋଟି ଟଙ୍କା ମଂଜୁର କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ , ସାଂସଦ , ବିଧାୟକ , ମୁଖ୍ୟ ଶାସନ ସଚିବ , ପଂଚାୟତରାଜ ବିଭାଗର ପ୍ରମୁଖ ସଚିବ , ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ , ଜିଲ୍ଲାପାଳ ଓ ପଂଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
