
ଆଇପିଏସ, ଓପିଏସ କ୍ୟାଡ଼ରରେ ଅଦଳବଦଳ
ଭୁବନେଶ୍ୱର,୨୩ା୧୦: ରାଜ୍ୟ ସରକାର ଆଇପିଏସ କ୍ୟାଡ଼ରରେ ଏକ ଅଦଳବଦଳ କରିଛନ୍ତି । ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ଏ ସମ୍ପର୍କରେ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ଆର.ପି.ସିଂ ଜେଲ ବିଭାଗର ଡି.ଜି ଭାବେ ନିଯୁକ୍ତି ପାଇଛନ୍ତି । ଏଥିପୂର୍ବରୁ ଶ୍ରୀ ସିଂ ଆଗରୁ କେନ୍ଦ୍ରକୁ ଡେପୁଟେସନରେ ଯାଇଥିଲେ । ଓଡ଼ିଶା ଫେରିବା ପରେ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଛି । ଅତିରିକ୍ତ ପୋଲିସ ଡିଜି ବିନୟା ନନ୍ଦ ଝାଙ୍କୁ ଗୃହ ବିଭାଗରେ ଆଟାଚ କରାଯାଇଛି । ଶ୍ରୀ ଝା ଏଥିପୂର୍ବରୁ ଜେଲ ବିଭାଗର ଅତିରିକ୍ତ ଡିଜି ଭାବେ କାର୍ଯ୍ୟରତ ଥିଲେ । ଯତୀନ୍ଦ୍ର କୋଏଲଙ୍କୁ କ୍ରାଇମ ବ୍ରାଂଚର ଆଇ.ଜି ଭାବେ ଅବସ୍ଥାପିତ କରାଯାଇଥିଲା । ଶ୍ରୀ କୋଏଲ ଏଥିପୂର୍ବରୁ ଭିଜିଲାନ୍ସ ସଂସ୍ଥାର ଆଇ.ଜି. ଭାବେ କାର୍ଯ୍ୟରତ ଥିଲେ । ଡ. ସୂର୍ଯ୍ୟା ଥାଙ୍କପାନଙ୍କୁ ଭିଜିଲାନ୍ସ ସଂସ୍ଥାର ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି । ସେ ଏଥି ପୂର୍ବରୁ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ରେଜିଷ୍ଟ୍ରର ଭାବେ କାର୍ଯ୍ୟରତ ଥିଲେ । କ୍ରାଇମ ବ୍ରାଂଚର ଡି.ଆଇ.ଜି ହିମାଂଶୁ କୁମାର ଲାଲଙ୍କୁ ରାଜ୍ୟ ସଶସ୍ତ୍ର ବାହିନୀର ଡି.ଆଇ.ଜି ଭାବେ ଅବସ୍ଥାପିତ କରାଯାଇଛି । ଓପିଏସ କ୍ୟାଡ଼ରର ଅଧିକାରୀ ପ୍ରଭାକର ସ୍ୱାଇଁଙ୍କୁ ବୈରୀଠାରେ ଥିବା ପୋଲିସ ଟ୍ରେନିଂ ଇନିଷ୍ଟିଚ୍ୟୁଟର ଭାରପ୍ରାପ୍ତ ଏସ.ପି ଭାବେ ଅବସ୍ଥାପିତ କରାଯାଇଥିଲା ବେଳେ ଓପିଏସ କ୍ୟାଡ଼ରର ଅନ୍ୟତମ ଅଧିକାରୀ କୃଷ୍ଣ ବେହେରାଙ୍କୁ ଭୁବନେଶ୍ୱର ମେରାଇନ ପୋଲିସ ସଂସ୍ଥାର ଭାରପ୍ରାପ୍ତ ଏ.ଆଇ.ଜି ଭାବେ ଅବସ୍ଥାପିତ କରାଯାଇଛି ।
