
ଅଳ୍ପକେ ବର୍ତିଲା ଏୟାର ଇଣ୍ଡିଆ ବିମାନ
ଭୁବନେଶ୍ୱର, ୧୭ ସେପ୍ଟେମ୍ବର – ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ଏଆଇ୬୬୯ ର ୧୫୨ ଜଣ ଯାତ୍ରୀ ଆଜି ଅଳ୍ପକେ ବର୍ତି ଯାଇଛନ୍ତି । ବିମାନର ପାଇଲଟ୍ ଭୁଲ୍ ରନୱେରେ ବିମାନକୁ ଅବତରଣ କରାଇଥିଲେ । ଏହି ମାମଲାରେ ସମ୍ପୃକ୍ତ ପାଇଲଟଙ୍କୁ ଅବ୍ୟାହତି ଦିଆଯାଇଛି । ଏୟାର ଇଣ୍ଡିଆର ଏହି ବିମାନର ଭୁଲ୍ ଇଞ୍ଜିନିୟରିଂ ଡକ୍ୟୁମେଂଟର ଯୋଗୁଁ ଉଡ଼ାଣ ଭରିବାରେ ଅଢ଼େଇ ଘଂଟା ବିଳମ୍ବ ହୋଇଥିଲା । ପରବର୍ତି ସମୟରେ ଉଡ଼ାଣ ପାଇଁ ଅନୁମତି ମିଳିଲାପରେ ବିମାନ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲା । ମୁମ୍ବାଇ ପହଂଚିବାବେଳେ ଏହା ଭୁଲ ରନୱେରେ ଅବତରଣ କରିଥିଲା ।
