
ଭୁବନେଶ୍ବର ସ୍ଥିତ ଏସ୍ପ୍ଲାନେଡ୍ ମଲରେ ଖୋଲିଲା ୭ଟି ପ୍ରକ୍ଷାଳୟ ,ଯୁବ ପିଢିଙ୍କ ମଧ୍ୟରେ ଉତ୍ସାହ ।
ଭୁବନେଶ୍ବର: ବହୁପ୍ରତିଖିତ ୭ ପରଦା ବିଶିଷ୍ଟ ମଲ୍ଟିପ୍ଲେକ୍ସ ‘ସିନେପୋଲିସ୍’ ତାର ବ୍ୟବସାୟ ଆରମ୍ଭ କରିଛି । ରାଜ୍ୟର ସର୍ବବୃହତ୍ ମଲ୍ ଏସ୍ପ୍ଲାନେଡ୍ ୱାନରେ ଖୋଲିଛି ଏହି ମଲ୍ଟିପ୍ଲେକ୍ସ । ଅତ୍ୟାଧୁନିକ ଥ୍ରି-ଡି ଜ୍ଞାନକୌଶଳ ସମେତ ଫିଲ୍ମର ମଜା ଉଠାଇବା ପାଇଁ ଏହା ସୁଯୋଗ ସୃଷ୍ଟି କରିବ । ମଲ୍ଟିପ୍ଲେକ୍ସ ମଧ୍ୟରେ ଦର୍ଶକଙ୍କ ପାଇଁ ଉଦ୍ଦିଷ୍ଟ ପ୍ରେକ୍ଷାଳୟର ୨ ଧାଡ଼ି ଭିଆଇପିଙ୍କ ପାଇଁ ରହିବ । ମଲ୍ଟିପ୍ଲେକ୍ସ ମଧ୍ୟରେ ବିଳାସପୂର୍ଣ୍ଣ ମନୋରଂଜନ ପାଇଁ ଏହା ସୁଯୋଗ ଦେବ ବୋଲି ‘ସିନେପଲିସ୍ ଏସିଆ’ର ପରିଚାଳନା ନିର୍ଦେଶକ ଜାଭିୟର ସୋଟୋମେୟର ପ୍ରକାଶ କରିଛନ୍ତି ।
ସିନେପୋଲିସ୍ ଓଡିଶା ମୁଖ୍ୟ ପାର୍ଥପ୍ରୀତମ ନାୟକ କହିଲେ ଯେ , ଓଡ଼ିଶା ବଜାରରେ ଏହିଭଳି ଏକ ବିଶ୍ବମାନର ମଲ୍ଟିପ୍ଲେକ୍ସ ଲୋକଙ୍କୁ ସମ୍ପୂର୍ଣ୍ଣ ମନୋରଂଜନର ଖୋରାକ ଯୋଗାଇବ।
