
ବିରୋଧୀ ଦଳର ନେତାଙ୍କୁ ଭେଟିଲେ ମୁକ୍ତିକାନ୍ତ
ଭୁୁବନେଶ୍ୱର : ବ୍ରାହ୍ଣଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ଏବଂ ଆଇଜିଏଚକୁ ସୁପର ସ୍ପେଷାଲିଷ୍ଟ ହସପିଟାଲ କରିବାକୁ ଦାବି କରି ରାଉରକେଲାରୁ ପଦଯାତ୍ରା କରି ଆସିଥିବା ମୁକ୍ତିକାନ୍ତ ବିଶ୍ୱାଳ ଗତ କାଲି ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ଦେବା ପରେ ରବିବାର ଦିନ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ବିରୋଧୀ ଦଳର ନେତା ନରସିଂହ ମିଶ୍ରଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଥିଲେ । କେନ୍ଦ୍ର ସରକାରଙ୍କୁ ଏ ସମ୍ପର୍କରେ ପତ୍ର ଲେଖିବାକୁ ମଧ୍ୟ ଶ୍ରୀ ବିଶ୍ୱାଳ ଅନୁରୋଧ କରିଛନ୍ତି ।
