Connect with us

ରାଶିଫଳ

ବିଛା

ବିଛା: ଏ ସପ୍ତାହଟି ମଧ୍ୟମ ଫଳ ପ୍ରଦାନ କରିବ । ସହକର୍ମୀଙ୍କ ସହିତ ମନାନ୍ତର ଘଟିପାରେ । କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବା ସହିତ ଅଧିକ ଆବେଗପ୍ରବଣ ହେତୁ ନିଜର କ୍ଷତି ସାଧନ ହେବ । ଭବିଷ୍ୟତ ରୁପରେଖ ତିଆରି କରିପାରନ୍ତି । ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

ଶୁଭ ଫଳ …

ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର ଓ ଶନି ବାରମାନଙ୍କର ସ୍ୱାମୀ ଅଟନ୍ତି । ଶୁଭ ମୁହୂର୍ତ୍ତ ଅନୁସାରେ ସାତବାରରେ ଯେ କୌଣସି କାର୍ଯ୍ୟ କରିବାବେଳେ ଆରାଧ୍ୟ ଦେବତାଙ୍କର ପୂଜା କରିବା ଉଚିତ । ବିଭିନ୍ନ ବାରରେ ଭିନ୍ନ ଭିନ୍ନ ଦେବତାଙ୍କୁ ପୂଜା କରାଯାଇଥାଏ । ନିୟମ ଅନୁଯାୟୀ ବାରର ସ୍ୱାମୀଙ୍କୁ ପୂଜା କରିବା ଦ୍ୱାରା ଶୁଭ ଫଳ ମିଳିଥାଏ । ଆସନ୍ତୁ ଜାଣିବା କେଉଁ ବାରରେ କେଉଁ କାର୍ଯ୍ୟ କରିବା ଉଚିତ ।

ରବିବାର: ରବିବାର ସୂର୍ଯ୍ୟଙ୍କର ବାର ଅଟେ । ସୂର୍ଯ୍ୟଙ୍କ ପୂଜା କରିବା ଦ୍ୱାରା ଅନେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହାଇଥାଏ । ଦୁଃସାଧ୍ୟ ରୋଗରେ ପୀଡ଼ିତ ଥିଲେ ସୂର୍ଯ୍ୟଙ୍କ ପୂଜା କରିବା ଉଚିତ । ରବିବାର ଦିନ ଯଜ୍ଞାଦି କାର୍ଯ୍ୟ କରିବା ଉଚିତ । ଏହା ଦ୍ୱାରା ସମସ୍ତ କାର୍ଯ୍ୟ ଶୁଭ ହୋଇଥାଏ । ପରିବାରରେ ସୁଖଶାନ୍ତି ବଜାୟ ରହିଥାଏ ।

ସୋମବାର: ହଳଦୀ ଓ ଚନ୍ଦନ ଲଗାଇବା, ଶୃଙ୍ଗାରର ଦ୍ରବ୍ୟ କିଣିବା ଓ ତାର ବ୍ୟବହାର କରିବା, ଫଳରସ ପାନ କରିବା, ବୃକ୍ଷରୋପଣ କରିବା ଇତ୍ୟାଦି କାର୍ଯ୍ୟ ସୋମବାର ଦିନ କରିବା ଉଚିତ ।

ମଙ୍ଗଳବାର: କର୍ମ କ୍ଷେତ୍ର ପାଇଁ ଅଧିକ ଦାୟିତ୍ୱବାନ ହେବା, ବ୍ୟାୟାମ ଆରମ୍ଭ କରିବା ଶୁଭ ହୋଇଥାଏ । ଏହାଦ୍ୱାରା ସ୍ୱାସ୍ଥ୍ୟ ଭଲ ମଧ୍ୟ ରହିଥାଏ ।

ବୁଧବାର: ବୁଧବାର ଦିନ ଝିଅ ବିବାହ ଠିକ୍ କରିବା କାର୍ଯ୍ୟ କରିବା ଉତ୍ତମ ଅଟେ । ଯେ କୌଣସି କାର୍ଯ୍ୟ ଏହିଦିନ ଆରମ୍ଭ କରିବା ଦ୍ୱାରା ଶୁଭଫଳ ମିଳିଥାଏ । ରାଗି ଥିବା ଲୋକଙ୍କୁ ଏହିଦିନ ବୁଝାଇବା ଦ୍ୱାରା ଉଭୟଙ୍କ ମଧ୍ୟରେ ସମ୍ପର୍କ ମଜଭୁତ ହୋଇଥାଏ । ଏହିଦିନ ନୂତନ ବସ୍ତ୍ର ଧାରଣ କରିବା ମଧ୍ୟ ଭଲ ଅଟେ ।

ଗୁରୁବାର: ଗୁରୁବାର ଦିନ ଆମିଷ ଖାଇବା ଅନୁଚିତ । ଯେ କୌଣସି କାର୍ଯ୍ୟ କରିବାବେଳେ ମାତା ଲକ୍ଷ୍ମୀ ଓ ବିଷ୍ଣୁଙ୍କୁ ପୂଜା କରିବା ଉଚିତ । କୌଣସି କାର୍ଯ୍ୟରେ ବାହାରକୁ ଯିବାବେଳେ ଗୁରୁଜନଙ୍କ ଆଶୀର୍ବାଦ ନେଇ ଯାଆନ୍ତୁ । ଶିକ୍ଷା ଆରମ୍ଭ କରିବା, କୃଷି କାର୍ଯ୍ୟ ଆରମ୍ଭ କରିବା, ବସ୍ତ୍ର କିଣିବା, ମହିଳାଙ୍କ ନିମନ୍ତେ ଆଭୂଷଣ କିଣିବା ଶୁଭ ହୋଇଥାଏ ।

ଶୁକ୍ରବାର: ଶୁକ୍ରବାର ଦିନ କନ୍ୟା ଦାନ, ଗୋଦାନ, ନବୀନ ବସ୍ତ୍ର କ୍ରୟ କରିବା ଉଚିତ । ଏହାସହ ଗୀତ ବୋଲିବା, ବାଦ୍ୟଯନ୍ତ୍ର ବଜାଇବା, ନୃତ୍ୟ ଅଭ୍ୟାସ ଆରମ୍ଭ କରିବା ଶୁଭ ଅଟେ ।

ଶନିବାର: ନୂତନ ଘର ପାଇଁ ଜାଗା କିଣିବା, ଗୃହ ପ୍ରବେଶ କରିବା, ଘର ସଫା କାର୍ଯ୍ୟ ଶନିବାର ଦିନ କରିବା ଉଚିତ । ଏହିଦିନ ଗରିବ ବ୍ୟକ୍ତିଙ୍କୁ ତେଲ ଦାନ କରିବା ଉଚିତ ।

More in ରାଶିଫଳ