Connect with us

ଓଡିଶା

ଲଘୁଚାପ ଜନିତ ବର୍ଷାରେ ୫ଜିଲ୍ଲା କ୍ଷତିଗ୍ରସ୍ତ

ଲଘୁଚାପ ଜନିତ ବର୍ଷାରେ ୫ଜିଲ୍ଲା କ୍ଷତିଗ୍ରସ୍ତ

ଲଘୁଚାପ ଜନିତ ବର୍ଷାରେ ୫ଜିଲ୍ଲା କ୍ଷତିଗ୍ରସ୍ତ
ଭୁବନେଶ୍ୱର : ଲଘୁଚାପ ଜନିତ ବର୍ଷାରେ ରାଜ୍ୟର ପାଂଚଟି ଜିଲ୍ଲା ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ କୋରାପୁଟ ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ସୂବନା ଦେଇଛନ୍ତି । ଏହି ଚାରୋଟି ଜିଲ୍ଲାର ୩୪ଟି ବ୍ଲକର ୨୪୮ ଗ୍ରାମ, ତିନୋଟି ପୌର ସଂସ୍ଥାର ସମୁଦାୟ ୨୦ ହଜାର ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲାର ୨୧ଟି ଗ୍ରାମ ପାଣି ଘେର ଭିତରେ ରହିଛି । କଳାହାଣ୍ଡିରେ ୭୦୪ ଓ ମାଲକାନଗିରିରିରେ ୩୩୨ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆ ଯାଇଛି । ଏହି ବର୍ଷାରେ ୨୭୫ ଘର ଭାଂଗିଛି । ବର୍ଷା ଯୋଗୁ କୋରାପୁଟରେ ଜଣଙ୍କର ମୃତ୍ୟୁ ଘଟିଛି । ସୁବର୍ଣପୁର ଜିଲ୍ଲାର ବାଉରୀଜୋର ପୋଲ ଉପରେ ପାଂଚ ଫୁଟର ପାଣି ଚାଲିଛି । ରାୟଗଡା ଠାରେ ରଘୁବାରିଘାଟି ଧସିବା କାରଣରୁ ୪୦ ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇଛି । ମାଲକାନଗିରି ଜିଲ୍ଲାର ଅନେକ ସ୍ଥାନ ବିଛିନ୍ନ ହୋଇଛି । ବୌଦ ଜିଲ୍ଲାର ଅଡାଗୁଡି ପୋଲ ଉପରେ ଚାରି ଫୁଟର ପାଣି ଚାଲିଛି । କୋଟପାଡ ବ୍ଲକରେ ଓଡ୍ରାଫ ୟୁନିଟ କୁ ନିୟୋଜିତ କରା ଯାଇଛି । କେବଳ ସାବେରୀ ନଦୀରେ ଜଳ ସ୍ତର ବଢୁଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା