Connect with us

ଓଡିଶା

ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ବିୟୋଗ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ସାଙ୍କେତିକ

ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ବିୟୋଗ, ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର, ୦୯ ସେପ୍ଟେମ୍ବର – ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କର ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ତାଙ୍କ ମୃତ୍ୟୁରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା । ଦୀର୍ଘ ଦିନ ଧରି ସେ ରକ୍ତ କର୍କଟ ରୋଗରେ ପିଡୀତ ଥିଲେ । ସେ ଇଂରାଜୀ ସମ୍ବାଦ ପତ୍ର ବିଜନେସ୍ ଷ୍ଟାଣ୍ଡାର୍ଡରେ ଓଡିଶା ମୁଖ୍ୟ ଥିଲେ । ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନ ଜଣାଇଛନ୍ତି । ସୋମବାର ଅପରାହ୍ନ ରେ ଭୁବନେଶ୍ୱର ସତ୍ୟନଗରରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା । ସ୍ୱର୍ଗତ ଶତପଥୀ ଅବିବାହିତ ଥିବାରୁ ତାଙ୍କ ଭଣଜା ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତ୍ୟୁର ଖବର ପାଇବା ପରେ ପୂର୍ବାହ୍ନରେ ବହୁ ସାମ୍ବାଦିକ , ପ୍ରଶାସନିକ ବ୍ୟକ୍ତି , ରାଜନୈତିକ ବ୍ୟକ୍ତି ଓ ବୁଦ୍ଧିଜୀବୀ ମାନେ ତାଙ୍କର ଶେଷ ଦର୍ଶନ କରିଥିଲେ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ୱନା ଜଣାଇଛନ୍ତି । ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଶୋକ ବ୍ୟକ୍ତ କରିଛନ୍ତି । ସଂଯୁକ୍ତ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ସୋମନାଥ ରାଉତରାୟ ଶୋକ ବ୍ୟକ୍ତ କରି ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ୱନା ଜଣାଇଛନ୍ତି
କେନ୍ଦ୍ରାପଡାରେ କାର୍ଯ୍ୟରତ ସାମ୍ବାଦିକଙ୍କ ପକ୍ଷରୁ ବରିଷ୍ଠ ସାମ୍ବାଦିକ ସ୍ୱର୍ଗତଃ ଦିଲ୍ଲୀପ ଶତପଥିଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ସୋମବାର ଜିଲ୍ଲା କାର୍ଯ୍ୟାଳୟ ନିକଟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସାମ୍ବାଦିକମାନେ ଯୋଗଦେଇ ଅମର ଆମ ସଦ୍ଗତି ନିମନ୍ତେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରୁଥିଲେ । ସାମ୍ବାଦିକତା କ୍ଷେତ୍ରରେ ସ୍ୱର୍ଗତଃ ଶତପଥିଙ୍କ କଲମ ଅତ୍ୟନ୍ତ ସ୍ପଷ୍ଟ, ନିର୍ଭିକ ଓ ଉଚ୍ଚ ଚିନ୍ତାଧାରାର ବାହକ ଥିଲାବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ । କେନ୍ଦ୍ରାପଡା ମାଟିର ସନ୍ତାନ ସ୍ୱର୍ଗତ ଶତପଥିଙ୍କ ପାଇଁ ଜନ୍ମସ୍ଥାନ କେନ୍ଦ୍ରାପଡା ଗର୍ବର୍ତ ବୋଲି ମତ ପ୍ରକାଶ ପାଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ମାତୃଦତ ମହାନ୍ତି, ମନୋଜ ନାୟକ, କୈଳାସ ଚନ୍ଦ୍ର ସାହୁ, ଭୁବନ ସିଂ, ଭୈରବ ବ୍ରହ୍ମା, ଜଗଦିଶ ପତି, ରବିନ୍ ଦାଶ, ରବି ନାରାୟଣ ପତି, ଧୃତି ରଂଜନ ବାରିକ, ପ୍ରଫୁଲ୍ଲ ସାହୁ, ଭୀମସେନ ଜେନା, ବୀରେନ୍ ଦାସ, ଦୁର୍ଗା ପ୍ରସାଦ ପତି, ପ୍ରାର୍ଥସାରଥୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା