Connect with us

ଆଞ୍ଚଳିକ

ପଦ୍ମ ଧରିବେ ଅପରାଜିତା

image

ପଦ୍ମ ଧରିବେ ଅପରାଜିତା
ଭୁବନେଶ୍ୱର,୨୨ା୧୧ : ଜଣେ ଦକ୍ଷ ବ୍ୟକ୍ତି ଭାବେ ପରିଚିତ ଆଇଏଏସ୍ ଅପରାଜିତା ଷଡଙ୍ଗୀ ବିଜେପିରେ ଯୋଗ ଦେବା ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା ତାହା ସମାପ୍ତ ହୋଇଛି । ଆସନ୍ତା ୨୭ ତାରିଖରେ ସେ ଦିଲ୍ଲୀରେ ବିଜେପିରେ ଯୋଗ ଦେବା ନେଇ କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ମିଶିବାର ପରଦିନ ଅର୍ଥାତ ୨୮ ତାରିଖରେ ସେ ଭୁବନେଶ୍ୱର ଆସିବେ । ପ୍ରଶାସନିକ ସ୍ତରରେ ଦକ୍ଷ କାର୍ଯ୍ୟ କରି ସବୁ ମହଲରେ ପ୍ରଶଂସାର ପାତ୍ର ପାଲଟିଥିବା ଅପରାଜିତା ଦ୍ୱିତୀୟ ଇନିଂସ ଭାବେ ରାଜନୈତିକ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି ।

୧୯୯୪ ବ୍ୟାଚର ଓଡ଼ିଶା କ୍ୟାଡରର ବରିଷ୍ଠ ଆଇଏଏସ୍ ଅଧିକାରୀ ଅପରାଜିତା ଷଡଙ୍ଗୀ ନିକଟରେ ସ୍ୱେଚ୍ଛାକୃତ ଭାବେ ନିଜ ଚାକିରୀରୁ ଅବସର ନେବା ପାଇଁ କରିଥିବା ଆବେଦନକୁ ପ୍ରଧାନମନ୍ତ୍ରୀ ଅନୁମୋଦନ ଦେଇଥିଲେ । ରାଜ୍ୟରେ ଜଣେ ଦକ୍ଷ ଆଇଏଏସ୍ ଅଧିକାରୀ ଭାବେ ସେ ବେଶ ଜଣାଶୁଣଶ । ତାଙ୍କର କାର୍ଯ୍ୟ ସମସ୍ତଙ୍କୁ ଚକିତ କରିଥିଲା । ସେ ରାଜ୍ୟ ବୟନଶିଳ୍ପ, ଗଣଶିକ୍ଷା ସଚିବ ଥିଲେ । ପରେ କେନ୍ଦ୍ରରେ ସେ ଗ୍ରାମୀଣ ବିକାଶ ସଚିବ ଭାବେ ଯୋଗ ଦେଇଥିଲେ । ବିଶେଷତଃ ୨୦୦୬ରୁ ୨୦୦୯ ବେଳେ ସେ ବିଏମସି କମିଶନର ଥିବା ବେଳେ ତାଙ୍କ କାର୍ଯ୍ୟ ପ୍ରଶଂସାଯୋଗ୍ୟ ହୋଇଥିଲା ଏବଂ ସେ ବହୁଳ ଭାବେ ଚର୍ଚ୍ଚିତ ହୋଇଥିଲେ । ସେହି ସମୟରେ ସେ ଭୁବନେଶ୍ୱରର ସୌନ୍ଦର୍ଯ୍ୟକରଣକୁ ଗୁରୁତ୍ୱ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ