Connect with us

ଓଡିଶା

ଓଡ଼ିଶାର ୧୦ଟି ଲୋକସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା ଘୋଷିତ

ସାଙ୍କେତିକ

ଓଡ଼ିଶାର ୧୦ଟି ଲୋକସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା ଘୋଷିତ
ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ଗୁରୁବାର ନୂଆଦିଲ୍ଲୀ ଠାରେ ୧୮୪ ଲୋକସଭା ଆସନ ସମେତ ଓଡ଼ିଶାର ୧୦ଟି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ବିଜେପିର ଘୋଷଣା ଅନୁସାରେ ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରିଣୀ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ । ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ନିଜର କେନ୍ଦ୍ରାପଡ଼ା ଆସନରୁ ନିର୍ବାଚନ ମଇଦାନରେ ପାଦ ରଖିବେ ।

ନୂଆଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରୀୟ ନିର୍ବାଚନ କମିଟିର ସଂପାଦକ ଜେପି ନଡ୍ଡା ପ୍ରାର୍ଥୀଙ୍କର ନାମ ଘୋଷଣା କରିଛନ୍ତି । କେନ୍ଦ୍ର ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜୁଏଲ ଓରାମ ପୂର୍ବ ଭଳି ଏଥର ମଧ୍ୟ ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଛିଡ଼ା ହେବେ । ସେହିପରି ବଲାଙ୍ଗୀରରୁ ସଂଗୀତା ସିଂହଦେଓ, ଢେଙ୍କାନାଳରୁ ରୁଦ୍ର ନାରାୟଣ ପାଣି, ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ, କେନ୍ଦୁଝରରୁ ଅନନ୍ତ ନାଏକ, ନବରଙ୍ଗପୁରରୁ ବଳଭଦ୍ର ମାଝୀ, ବ୍ରହ୍ମପୁରରୁ ଅନୀତା ପ୍ରିୟଦର୍ଶିନୀ ଏବଂ ବ୍ରହ୍ମପୁରରୁ ଭୃଗୁ ବକ୍ସିପାତ୍ର ନିର୍ବାଚନ ଲଢ଼ିବେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା