Connect with us

ଓଡିଶା

ଆଜି ଓଡ଼ିଶା ଆସିବେ ଉପରାଷ୍ଟ୍ରପତି

ଆଜି ଓଡ଼ିଶା ଆସିବେ ଉପରାଷ୍ଟ୍ରପତି

ଆଜି ଓଡ଼ିଶା ଆସିବେ ଉପରାଷ୍ଟ୍ରପତି
ଭୁବନେଶ୍ୱର,୨୪ା୮ : ଆସନ୍ତାକାଲି ଭାରତର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓଡ଼ିଶା ଗସ୍ତରେ ଆସିବେ । ଶ୍ରୀ ନାଇଡୁ ଭୁବନେଶ୍ୱର ସ୍ଥିତ ଏମ୍ସର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଉପରାଷ୍ଟ୍ରପତି ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କାରକେଡର ମକ୍ ଡ୍ରିଲ୍ କରାଯାଇଛି । ବିମାନ ବନ୍ଦରରୁ ରାଜଭବନ ଏବଂ ସେଠାରୁ ଏମ୍ସ ପର୍ଯ୍ୟନ୍ତ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୂଚନା ଅନୁଯାୟୀ ଶ୍ରୀ ନାଇଡୁ ଶନିବାର ପୂର୍ବାହ୍ନ ପ୍ରାୟ ୮ଟା ୨୦ରେ ଭାଇଜାଗ୍ ଏୟାରପୋର୍ଟରୁ ଭାରତୀୟ ବାୟୁ ସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରରେ ପହଁଚିବେ । ସେଠାରୁ ସେ ରାଜଭବନ ଯାଇ ରାଜ୍ୟପାଳ ପ୍ରଫେପର ଗଣେଶୀ ଲାଲଙ୍କ ସହ ପ୍ରାତଃ ଭୋଜନ କରିବେ । ସେଠାରୁ ସଡକ ପଥ ଯୋଗେ ସେ ଭୁବନେଶ୍ୱର ଏମ୍ସ ଅଭିମୁଖେ ଗସ୍ତ କରିବେ । ଏମ୍ସର ପ୍ରଥମ ସମାବର୍ତ୍ତନ ଉତ୍ସବରେ ସେ ମୁଖ୍ୟଅତିଥି ଭାବେ ଯୋଗଦେବେ । ଶ୍ରୀ ନାଇଡୁ ପୂର୍ବାହ୍ନ ୧୧ଟା ୫୦ରେ ଭୁବନେଶ୍ୱରର ବିମାନବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଅଭିମୁଖେ ଗସ୍ତ କରିବେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା